THE BYAPINI

ବନ୍ଧାହେଲେ ନକଲି ଡାକ୍ତରଙ୍କ ଦ୍ୱିତୀୟ ପତ୍ନୀ

Get real time updates directly on you device, subscribe now.

ବନ୍ଧା ହେଲେ ରସିକିଆ ନକଲି ଡାକ୍ତର ରମେଶ ସ୍ୱାଇଁଙ୍କ ଦ୍ୱିତୀୟ ଅସଲି ପତ୍ନୀ । ରମେଶଙ୍କ ଦ୍ୱିତୀୟ ପତ୍ନୀ କମଳା ସ୍ୱାଇଁଙ୍କୁ ଝାଡ଼ଖଣ୍ଡରୁ ଗିରଫ କଲା କମିଶନରେଟ୍ ପୁଲିସ୍ । ରମେଶଙ୍କ କାରନାମା ପ୍ରଘଟ ପରଠୁ ଗୁଜରାଟର ଜାମନଗରରେ କାର୍ୟ୍ୟରତ ଥିବା କମଳା ଫେରାର ଥିଲେ । ରାଜ୍ୟରେ ତଥା ରାଜ୍ୟ ବାହାରେ ତାଙ୍କୁ ଖୋଜୁଥିବା ପୁଲିସ୍‌ ଶେଷରେ ତାଙ୍କୁ ବାନ୍ଧିବାକୁ ସକ୍ଷମ ହୋଇଛି। ଠକେଇ ମାମଲାରେ ମାଷ୍ଟରମାଇଣ୍ଡ ଥିଲେ କମଳା । ଓଡିଶାର ପାରାଦୀପରେ ଡାକ୍ତରାଣୀ ଥିଲେ କମଳା ତିର୍କୀ ।
ରମେଶଙ୍କୁ ରିମାଣ୍ଡରେ ଆଣି ଜେରା ବେଳେ କମଳା ବିରୋଧରେ ମିଳିଥିଲା ଠୋସ୍ ପ୍ରମାଣ । ସୂଚନା ଥାଉକି, ଶାଦି ଡଟ କମ୍‌କୁ ଚିଠି ଲେଖିଥିଲା କମିଶନରେଟ୍‌ ପୋଲିସ । ଶାଦି ଡଟ୍‌ କମ୍‌ରୁ ଠକ ରମେଶଙ୍କର ଆକାଉଣ୍ଟ ଡିଲିଟ୍‌ କରିବାକୁ ଚିଠିରେ ଉଲ୍ଲେଖ କରିଛି ପୋଲିସ । ସେହିପରି ଶାଦି ଡଟ୍‌ କମ୍‌ରେ ରମେଶ କେତୋଟି ଆକାଉଣ୍ଟ ଖୋଲିଛନ୍ତି । ସେନେଇ ତଥ୍ୟ ମଧ୍ୟ ମାଗିଛି ପୋଲିସ ।
୧୯ ମହିଳାଙ୍କ ସ୍ୱାମୀ ରମେଶ ୧୯୮୨ ମସିହାରେ କରିଥିଲେ ପ୍ରଥମ ବିବାହ। ପ୍ରଥମ ପତ୍ନୀଙ୍କଠାରୁ ତାଙ୍କର ୩ ପିଲା ଅଛନ୍ତି। ସେମାନେ ସମସ୍ତେ ଡାକ୍ତର। ୨୦୦୨ ମସିହାରେ ସେ କମଳା ସ୍ୱାଇଁଙ୍କୁ ଦ୍ୱିତୀୟ ବିବାହ କରିଥିବା ବେଳେ ତାଙ୍କର ଦୁଇ ପିଲା ଅଛନ୍ତି। କମଳାଙ୍କ ପରେ ସେ ଆଉ ୧୭ ମହିଳାଙ୍କୁ ବିବାହ କରିଥିଲେ । ରମେଶ ନିଜ ଦ୍ୱିତୀୟ ପତ୍ନୀ କମଳାଙ୍କ ଜାଣତରେ ଅନ୍ୟ ମହିଳାଙ୍କୁ ପ୍ରେମ ଜାଲରେ ଫସାଇ ବିବାହ କରୁଥିଲେ। ଏଥିରେ ରମେଶଙ୍କୁ ଭରପୁର ସାହାଯ୍ୟ, ସହଯୋଗ ଯୋଗାଇ ଆସୁଥିଲେ କମଳା। କେବଳ କମଳା ନୁହନ୍ତି, ରମେଶଙ୍କ ଏହି ଅପରାଧରେ ତାଙ୍କ ଭଉଣୀ ଓ ଡ୍ରାଇଭର ମଧ୍ୟ ତାଙ୍କୁ ସମ୍ପୂର୍ଣ୍ଣ ସମର୍ଥନ କରୁଥିଲେ।

Get real time updates directly on you device, subscribe now.

Leave A Reply

Your email address will not be published.