THE BYAPINI

କାହିଁକି ଭାଙ୍ଗିଲା ଚୁଲି.. କହିଲା ଅଭିଯୁକ୍ତ

Get real time updates directly on you device, subscribe now.

ଶ୍ରୀମନ୍ଦିର ରୋଷଘର ୪୦ ଚୁଲି ଭଙ୍ଗା ଯିବା ଘଟଣାରେ ମୁହଁ ଖୋଲିଲା ଅଭିଯୁକ୍ତ । କୋର୍ଟ ଚାଲାଣ ବେଳେ ଚୁଲି କାହିଁକି ଓ କେମିତି ଭାଙ୍ଗିଥିଲା ଅଭିଯୁକ୍ତ? ସେ ନେଇ କହିଛି ଅଭିଯୁକ୍ତ । । କହିଲା, ହାତରେ ଭାଙ୍ଗିଥିଲି ଚୁଲି । ରୋଷ ଘରକୁ ଯାଇଥିଲି ଭୋଗ ଏଣେତେଣେ ପଡିଥିଲା । ମନ ଖରାପ ହେଲା ବୋଲି ଚୁଲି ଭାଙ୍ଗିଦେଲି । ଚୁଲି ଭାଙ୍ଗି ଭୁଲ କରିଛି ହେଲେ ପାପ କରିନି । ଚୁଲି ଭାଙ୍ଗି ଭାଙ୍ଗିବା ପରେ ରୋଷଘରୁ ବାହାରିଲା ବେଳେ ଜଣେ କିଏ ଶୋଇଥିବା ଦେଖିବାକୁ ପାଇଲି। କିନ୍ତୁ ସେ ମୋତେ ଦେଖିନାହାନ୍ତି। ସେଠାରୁ ମୁଁ ବାଇଶି ପାହାଚ ଦେଇ ଆସୁଥିବାବେଳେ ଜେଟିପି ହାତରେ ଧରା ପଡ଼ିଥିଲି। ୩ ଜଣ ଜେଟିପି ମୋତେ ଧରି ବାହାରେ ଛାଡ଼ି ଦେଇଥିଲେ। ତା’ପରେ ମୁଁ ପଳାଇ ଆସିଥିଲି ବୋଲି ଜଗନ କହିଛନ୍ତି। ଟାଟାରେ ୧୦ ବର୍ଷ ହେଲା ଲାଇନମ୍ୟାନ ଭାବେ କାମ କରିଛି । ଜଗନ ବିଦ୍ୟୁତ ବିଭାଗର ଜଣେ କର୍ମଚାରୀ। ଦୀର୍ଘ ୧୦ ବର୍ଷରୁ ଅଧିକ ସମୟ ଧରି ବିଦ୍ୟୁତ ବିଭାଗରେ କାମ କରୁଥିଲେ। ହେଲେ ଆଜି ପର୍ୟ୍ୟନ୍ତ ଅବିବାହିତ ରହିଥିଲେ। ବୋଧହୁଏ ଆର୍ଥିକ ସ୍ଥିତି ଭଲ ନଥିବାରୁ ମାନସିକ ଦୁଶ୍ଚିନ୍ତାରେ ଥିଲେ। ସେଥିପାଇଁ ସେ ରାଗରେ ଚୁଲି ଭାଙ୍ଗି ଥିବା କହିଛନ୍ତି।
ରବିବାର ବିଳମ୍ୱିତ ରାତିରେ ଶ୍ରୀମନ୍ଦିର ରୋଷଶାଳାରେ ପଶି ପ୍ରାୟ ୪୦ରୁ ଅଧିକ ଚୁଲି ଭାଙ୍ଗି ଦିଆଯାଇଛି। ଯେଉଁଥିପାଇଁ ମହାପ୍ରଭୁଙ୍କ ଅବଢ଼ା ପ୍ରସ୍ତୁତିରେ ବ୍ୟାଘାତ ସୃଷ୍ଟି ହୋଇଥିଲା। ମହାପ୍ରଭୁଙ୍କ ନୀତିକାନ୍ତିରେ ମଧ୍ୟ ବ୍ୟାଘାତ ସୃଷ୍ଟି ହୋଇଥିବା ଅଭିଯୋଗ ହୋଇଥିଲା। ଏହାକୁ ନେଇ ବିଭିନ୍ନ ମହଲରେ ଅସନ୍ତୋଷ ପ୍ରକାଶ ପାଇଥିଲା ।

Get real time updates directly on you device, subscribe now.

Leave A Reply

Your email address will not be published.