THE BYAPINI

ବଦଳିଲା ଜେଇଇ ମେନ୍ ପରୀକ୍ଷା ତାରିଖ

Get real time updates directly on you device, subscribe now.

ବଦଳିଲା ଜେଇଇ ମେନ୍ ୨୦୨୨ର ପରୀକ୍ଷା ତାରିଖ ।ନ୍ୟାସନାଲ ଟେଷ୍ଟିଂ ଏଜେନ୍ସି ତରଫରୁ ପରୀକ୍ଷା ପାଇଁ ନୂଆ ତାରିଖ ଘୋଷଣା କରାଯାଇଛି । ତେବେ ସେସନ୍-୧ ପରୀକ୍ଷା ଜୁନ୍ ୨୦ରୁ ୨୯ ତାରିଖ ଭିତରେ ହେବ । ସେହିପରି ସେସନ୍-୨ ପରୀକ୍ଷା ଜୁଲାଇ ୨୧ରୁ ୩୦ ତାରିଖ ଯାଏଁ ହେବ ବୋଲି ଘୋଷଣା କରାଯାଇଛି । ତେବେ ବିଭିନ୍ନ ଦିଗକୁ ବିଚାର କରି ଏନଟିଏ ସିଡ୍ୟୁଲ୍ ପରିବର୍ତ୍ତନ କରିଥିବା କଥା କହିଛି । ତେବେ ଜେଇଇ ମେନ୍ ପରୀକ୍ଷା ପ୍ରଥମ ସେସନ୍ ଏପ୍ରିଲ ଓ ଦ୍ୱିତୀୟ ସେସନ୍ ମେ ମାସରେ ହେବାକୁ ଥିଲା । ହେଲେ ଏହାକୁ ନେଇ ଛାତ୍ରଛାତ୍ରୀମାନେ ଅଭିଯୋଗ ପ୍ରକାଶ କରିବା ପରେ ପରୀକ୍ଷା ତାରିଖ ବଦଳାଇ ଦିଆଯାଇଛି ।

Get real time updates directly on you device, subscribe now.

Leave A Reply

Your email address will not be published.