କଟକ ଡେପୁଟି ମେୟର ହେଲେ ଦମୟନ୍ତୀ ମାଝୀ
କଟକ ଡେପୁଟି ମେୟର ଭାବେ ନିର୍ବାଚିତ ହେଲେ ଦମୟନ୍ତୀ ମାଝୀ । ଦମୟନ୍ତୀ ମାଝୀ ଏକମାତ୍ର ଭାବେ ନାମାଙ୍କନ ପତ୍ର ଦାଖଲ କରିଥିବାରୁ ନିଦ୍ୱର୍ନ୍ଦ୍ୱରେ ନିର୍ବାଚିତ ହୋଇଛନ୍ତି । କାରଣ ପୂର୍ବରୁ ବିଜେପି ଏବଂ କଂଗ୍ରେସ ଡେପୁଟି ମେୟର ନିର୍ବାଚନକୁ ବର୍ଜନ କରିଥିଲେ ।
ସେପଟେ ନୂଆ ମେୟର ଭାବେ ଶପଥ ନେଲେ ସୁବାସ ସିଂ । ଆଜି କଟକ ମହାନଗର ନିଗମ ଡେପୁଟୀ ମେୟର ସହ ଏନଏସି ଓ ପୌର ପରିଷଦ ଉପାଧ୍ୟକ୍ଷ ପାଇଁ ମତଦାନ ହୋଇଛି । ସେହିପରି ଏପ୍ରିଲ ୮ରେ ବ୍ରହ୍ମପୁର ମହାନଗର ନିଗମ ଏବଂ ୯ ତାରିଖରେ ଭୁବନେଶ୍ୱର ମହାନଗର ନିଗମର ଡେପୁଟୀ ମେୟର ପଦ ଲାଗି ମତଦାନ ହେବ ।