THE BYAPINI

ପ୍ରଥମ ଦିନରେ ବୁଷ୍ଟର ଡୋଜ୍ ନେଲେ ୧୪୭ ଜଣ

Get real time updates directly on you device, subscribe now.

ପ୍ରଥମ ଦିନରେ ରାଜ୍ୟରେ ଘରୋଇ ହସ୍ପିଟାଲରେ ୧୪୭ ଜଣ ନେଇଛନ୍ତି ବୁଷ୍ଟର ଡୋଜ୍ । କରୋନା ବିରୋଧୀ ଲଢେଇରେ ଆଉପାଦେ ଆଗେଇବା ସହ ରବିବାରଠାରୁ ଘରୋଇ ହସ୍ପିଟାଲରେ କରୋନାର ବୁଷ୍ଟର ଡୋଜ୍ ଦେବାକୁ ଘଷଣା କରିଥିଲେ କେନ୍ଦ୍ର ସରକାର । ଗତକାଲି ରବିବାର ଥିବାରୁ ରାଜ୍ୟରେ ମାତ୍ର ୧୪୭ଜଣ ବୁଷ୍ଟର ଡୋଜ୍ ନେଇଥିବା ଜଣାପଡିଛି । ୧୮ରୁ ୫୯ ବର୍ଷ ଯାଏଁ ବ୍ୟକ୍ତି କରୋନାର ତୃତୀୟ ଡୋଜ ଅର୍ଥାତ ବୁଷ୍ଟର ଡୋଜ୍ ଟିକା ନେଇପାରିବେ ବୋଲି କୁହାଯାଇଥିଲା ।
ତେବେ ଯେଉଁମାନେ କୋଭିସିଲ୍ଡର ୨ଟି ଡୋଜ୍ ନେଇଥିବେ ସେମାନେ କୋଭିସିଲ୍ଡ ଏବଂ କୋଭାକ୍ସିନର ୨ଟି ଡୋଜ୍ ନେଇଥିଲେ କୋଭାକ୍ସିନ ହିଁ ବୁଷ୍ଟର ଡୋଜ୍ ଆକାରରେ ନେଇପାରିବେ । ଯଦିଓ ସରକାରୀ ଟିକାକେନ୍ଦ୍ରରେ ପୂର୍ବ ଭଳି ସ୍ୱାସ୍ଥ୍ୟକର୍ମୀ, ଆଗଧାଡିର କରୋନା ଯୋଦ୍ଧା ଏବଂ ୬୦ ବର୍ଷରୁ ଅଧିକ ନାଗରିକଙ୍କ ଟିକାଦାନ ଜାରି ରହିଛି । ତେବେ ୧୮ ବର୍ଷରୁ ଉଦ୍ଧ୍ୱର୍ ନାଗରିକ ଟିକାଦାନ ଖର୍ଚ୍ଚ ୧୫୦ ଟଙ୍କା ସହ ୩୬୮ ଟଙ୍କା ଦେଇ ଉଭୟ କୋଭାକ୍ସିନ ଓ କୋଭିସିଲ୍ଡ ଟିକା ନେଇଥିବା ଜଣାପଡିଛି ।

Get real time updates directly on you device, subscribe now.

Leave A Reply

Your email address will not be published.