THE BYAPINI

ଯୋଡ଼ାରେ ଜାରି ରହିବ ୧୪୪ ଧାରା

Get real time updates directly on you device, subscribe now.

କେନ୍ଦୁଝର ଯୋଡାରେ ଜାରି ରହିବ ୧୪୪ ଧାରା । ପୁରା କେନ୍ଦୁଝର ଜିଲ୍ଲାରେ ଇଣ୍ଟରନେଟ୍ ସେବା ବନ୍ଦ ରହିଛି । ଯୋଡାରେ ଦୁଇ ଗୋଷ୍ଠୀ ମଧ୍ୟରେ ଲାଗି ରହିଥିବା ଉତେଜନାକୁ ଦୃଷ୍ଟିରେ ରଖି ଇଣ୍ଟରନେଟ୍ ସେବା ବନ୍ଦ କରାଯାଇଥିବା ସୂଚନା ମିଳିଛି । ୩ଜଣରୁ ଅଧିକ ଏକାଠି ହେବାକୁ ବାରଣ କରାଯାଇଛି । ଘଟଣାକୁ ଦୃଷ୍ଟିରେ ରଖି ୧୪ ପ୍ଲାଟୁନ ଫୋର୍ସ ମୁତୟନ କରାଯାଇଛି ।
ଯୋଡ଼ା ବଜାରରେ ଏକ ଧାର୍ମିକ ଶୋଭାଯାତ୍ରା ନେଇ ଦୁଇ ଗୋଷ୍ଠୀ ମଧ୍ୟରେ ପ୍ରବଳ ଉତ୍ତେଜନା ଦେଖାଦେଇଥିଲା । ଦୁଇ ଗୋଷ୍ଠୀ ପରସ୍ପର ଉପରକୁ ଟେକା ପଥର ମାଡ଼ କରିଥିଲେ । ଲୋକଙ୍କ ଘର ଉପରୁ ଟେକା ପଥର ମାଡ଼ ହେବାରୁ କବାଟ,ଝରକା ଭାଙ୍ଗିଯାଇଛି । ଲୋକେ ଭୟରେ ଘରୁ ବାହାରୁନାହାନ୍ତି । ଟେକାପଥର ମାଡ଼ରେ ୧୦ ଜଣ ପାଖାପାଖି ଆହତ ହୋଇଥିଲେ । ସ୍ଥାନୀୟ ଅଞ୍ଚଳରେ ଚାପା ଉତ୍ତେଜନା ଲାଗି ରହିଥିବାରୁ ୧୪୪ ଧାରା ଜାରି କରାଯାଇଛି । ବ୍ୟାପକ ପୁଲିସ ଫୋର୍ସ ମୁତୟନ ଅଛନ୍ତି । ପରିସ୍ଥିତିକୁ ନିୟନ୍ତ୍ରଣ କରିବାକୁ ପୁଲିସକୁ ଫାଙ୍କା ଗୁଳି ଚାଳନା କରିବାକୁ ପଡିଥିଲା ।
କେନ୍ଦୁଝର ଏସପି ଓ ଉପଜିଲ୍ଲାପାଳ ଦୁଇ ଗୋଷ୍ଠୀର ୧୦ ଜଣ ଲେଖାଁଏ ବସି ଆଲୋଚନା କରିଥିଲେ । କିନ୍ତୁ ଆଲୋଚନା ପରେ ଉତ୍ତେଜନା ଲାଗି ରହିଛି ପୁରା ଜିଲ୍ଳାରେ ଇଣ୍ଟରନେଟ ସେବା ବନ୍ଦ କରାଯାଇଛି ।

Get real time updates directly on you device, subscribe now.

Leave A Reply

Your email address will not be published.