ସିସିଟିଭିରେ ଶର୍ମିଷ୍ଠାଙ୍କ କାରର ଚିତ୍ର
କ୍ୟାମେରାମ୍ୟାନ୍ ମାନସ ହତ୍ୟା ମାମଲାରେ କ୍ରାଇମବ୍ରାଞ୍ଚକୁ ମିଳିଲା ଆଉ ଏକ ବଡ଼ ପ୍ରମାଣ । ସାମ୍ନାକୁ ଆସିଲା ହତ୍ୟାକାଣ୍ଡର ପ୍ରମାଣ ନଷ୍ଟ କରିବାକୁ ଯିବା ଆସିବା ବେଳର ଚିତ୍ର । ଟୋଲ ଗେଟରେ ଯିବା ଆସିବାର ଚିତ୍ର ଏବେ ସାମ୍ନାକୁ ଆସିଛି । ଏହି ହତ୍ୟାକାଣ୍ଡ ମାମଲାରେ ଜଣେ ପ୍ରତ୍ୟକ୍ଷଦର୍ଶୀଙ୍କ ବୟାନ ରେକର୍ଡ ହେବ । ଭଦ୍ରକ ଚାନ୍ଦବାଲି ଜେଏମଏଫସି କୋର୍ଟରେ ୧୬୪ ଧାରାରେ ବୟାନ ରେକର୍ଡ ହେବ ।
ଉକ୍ତ ଦିନ ଚଣ୍ଡିଖୋଲ ବନ୍ଦାଲ ଟୋଲ ଗେଟ୍ ଅତିକ୍ରମ କରି ଶର୍ମିଷ୍ଠାଙ୍କ କାର୍ ଯିବା ତଥା ଆସିବା ସମୟର ଫୁଟେଜ ସିସିଟିଭିରେ ରେକର୍ଡ ଥିବା ବେଳେ ଏବେ ତାହା କ୍ରାଇମବ୍ରାଞ୍ଚ ହାତରେ ଲାଗିଛି।ଫେବ୍ରୁଆରୀ ୯ ତାରିଖ ରାତି ୧୨ଟା ୦୮ରେ ଶର୍ମିଷ୍ଠାଙ୍କ କାର୍ ଟାଙ୍ଗୀ ବନ୍ଦାଳ ଟୋଲ୍ ଗେଟ୍ ଅତିକ୍ରମ କରିଥିଲା। ଏହାପରେ ପୁଣି ଚଣ୍ଡିଖୋଲରୁ କଟକ ଅଭିମୁଖେ ୧ଟା ୫୯ରେ ଶର୍ମିଷ୍ଠାଙ୍କ କାର୍ ଉକ୍ତ ଗେଟ୍ ଦେଇ ଫେରିଥିବା ଫୁଟେଜ ସିସିଟିଭିରେ ରେକର୍ଡ ହୋଇଛି ।
ସମସ୍ତ ଅଭିଯୁକ୍ତଙ୍କର ଟିଆଇ ପରେଡ ହେବ । ୩ ଜଣ ସାକ୍ଷୀ ୫ ଅଭିଯୁକ୍ତଙ୍କ ଚିହ୍ନଟ କରିବେ । ଟିଆଇ ପରେଡ ମାଧ୍ୟମରେ ଅଭିଯୁକ୍ତ କରିବେ ଚିହ୍ନଟ । ସେହିପରି ଶର୍ମିଷ୍ଠାଙ୍କ ମିିଡିଆ ଅଫିସରେ ଥିବା କମ୍ପ୍ୟୁଟରରୁ ଡିଲିଟ ହୋଇଥିବା ଡାଟା ରିକୋଭରି ପାଇଁ ଫରେନସିକ୍ ଟିମ୍ ଯାଂଚ କରିବ ବୋଲି କ୍ରାଇମବ୍ରାଞ୍ଚ ସୂଚନା ଦେଇଛି ।