THE BYAPINI

ଓଡିଆ ନବବର୍ଷର ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ, ପ୍ରଧାନମନ୍ତ୍ରୀ,କେନ୍ଦ୍ରମନ୍ତ୍ରୀ

Get real time updates directly on you device, subscribe now.

ଆଜି ମହାବିଷୁବ ସଂକ୍ରାନ୍ତି । ମହାବିଷୁବ ସଂକ୍ରାନ୍ତି ବା ପଣା ସଂକ୍ରାନ୍ତି ପାଳନ ପାଇଁ ବ୍ୟାପକ ପ୍ରସ୍ତୁତି ଆରମ୍ଭ ହୋଇଛି । ଦୁଇ ବର୍ଷ ହେବ କରୋନା କଟକଣା ଯୋଗୁ ଏହା କେବଳ ପ୍ରତୀକାତ୍ମକ ପାଳନ ହେଉଥିବା ବେଳେ ଏଥର ଏହାକୁ ଉତ୍ସବ ଭାବେ ପାଳନ କରିବା ପାଇଁ ସମସ୍ତେ ଉତ୍ସାହିତ ହୋଇପଡ଼ିଛନ୍ତି ।
ଓଡିଆ ନବବର୍ଷର ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଭିଡିଓ ବାର୍ତ୍ତା ଜରିଆରେ ଅଭିନନ୍ଦନ ଜଣାଇଛନ୍ତି । ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ କୃପାରୁ ଚଳିତ ବର୍ଷ ସମସ୍ତଙ୍କ ପାଇଁ ସୁଖ, ଶାନ୍ତି ଓ ସମୃଦ୍ଧିର ବର୍ଷ ହେଉ । ସେପଟେ ଶୁଭେଚ୍ଛା ଜଣାଇଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ସେହିପରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓଡିଆ ନବ ବର୍ଷ ଓ ମହାବିଷୁବ ପଣା ସଂକ୍ରାନ୍ତିର ଅଭିନନ୍ଦନ ଜଣାଇଛନ୍ତି । ନୂଆବର୍ଷ ଆନନ୍ଦରେ ପରିପୂର୍ଣ୍ଣ ହେବ । ଆମ ସମାଜରେ ଭାଇଚାରାର ସମ୍ପର୍କ ମଜଭୂତ ହେଉ ଏବଂ ସମସ୍ତେ ଉତ୍ତମ ସ୍ୱାସ୍ଥ୍ୟରେ ରୁହନ୍ତୁ, ଏହା ହିଁ କାମନା କରୁଛି ।
ମହାବିଷୁବ ସଂକ୍ରାନ୍ତି ଅବସରରେ ପାଳିତ ହୁଏ ହନୁମାନ ଜୟନ୍ତୀ । ଏଥିପାଇଁ ବିଭିନ୍ନ ମନୁମାନ ମନ୍ଦିରରେ ବ୍ୟାପକ ପ୍ରସ୍ତୁତି ହୋଇଛି । ପୁରୀ ଜଗନ୍ନାଥ ମନ୍ଦିରେ ଆଜି ପ୍ରଚଳିତ ହେବ ନୂଆପାଞ୍ଜି । ତାରିଣୀ ମନ୍ଦିରେ ଚଇତି ପର୍ବ ପାଇଁ ବେଶ ଚଳଚଂଚଳ ରହିଛି । ମାଆଙ୍କ ଦର୍ଶନ ପାଇଁ ଶ୍ରଦ୍ଧାଳୁଙ୍କ ଭିଡ ଲାଗିଛି ।

Get real time updates directly on you device, subscribe now.

Leave A Reply

Your email address will not be published.