THE BYAPINI

ଦଣ୍ଡ ଯାତ୍ରା ବେଳେ ରକ୍ତପାତ, ଜଣଙ୍କ ଜୀବନ ଗଲା

Get real time updates directly on you device, subscribe now.

ନୟାଗଡ଼ ଜିଲ୍ଲାରେ ଦଣ୍ଡଯାତ୍ରା ଶୋଭାଯାତ୍ରା ବେଳେ ଗଣ୍ଡଗୋଳ । ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ, ୧୦ରୁ ଅଧିକ ଆହତ ହୋଇଛନ୍ତି । ଆହତମାନଙ୍କୁ ନୟାଗଡ଼ ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି।ଲୋକଙ୍କ ଢେଲା ମାଡରେ ଥାନା ଅଧିକାରୀଙ୍କ ସମେତ ୫ରୁ ଅଧିକ ପୋଲିସ ଆହତ ହୋଇଛନ୍ତି ।
ଗତକାଲି ବିଳମ୍ବିତ ରାତିରେ ଦୁର୍ଗା ପ୍ରସାଦ, ଦେଉଳ ପଲ୍ଲୀ ଓ ସିନ୍ଦୁରିଆ ଗାଁର ଦଣ୍ଡ ଠାକୁର ବିରାଟ ଶୋଭାଯାତ୍ରାରେ ନୟାଗଡ଼ ସହର ପରିକ୍ରମା କରି ସିନ୍ଦୁରିଆ ଶିବ ମନ୍ଦିର ଠାରେ ପହଞ୍ଚିବା ବେଳେ କୌଣସି କାରଣରୁ ବଚସା ହୋଇଥିଲା ।
ଶେଷ ସମୟରେ ସିନ୍ଦୁରିଆ ଗାଁ ନିକଟରେ ଦେଉଳପଲ୍ଲି ଗାଁର ଲୋକମାନେ ହଠାତ୍ ଦୁର୍ଗାପ୍ରସାଦ ଗାଁ ଲୋକଙ୍କ ଉପରକୁ ଢେଲା ମାଡ କରିବା ସହ ଠେଙ୍ଗାରେ ଆକ୍ରମଣ କରିଥିବା ଅଭିଯୋଗ ହୋଇଛି । ଢେଲାମାଡରେ ଦୁର୍ଗା ପ୍ରସାଦ ଗାଁର ୧୦ରୁ ଅଧିକ ଯୁବକ ଆହତ ହୋଇଛି । ସେମାନଙ୍କ ମଧ୍ୟରୁ ୩ଜଣଙ୍କ ଅବସ୍ଥା ଗୁରୁତର ରହିଛି । ସେହିପରି ଢେଲାମାଡରେ ଟାଉନ୍ ଥାନା ଆଇଆଇସି ପ୍ରଜ୍ଞା ଜେନାଙ୍କ ମୁଣ୍ଡ ଫାଟିଥିବାବଳେ ଅନ୍ୟ ୪ ପୋଲିସ କର୍ମୀ ମଧ୍ୟ ଆହତ ହୋଇଛି । ଘଟଣାସ୍ଥଳରେ ବ୍ୟାପକ ପୋଲିସ ପହଞ୍ଚିବା ପରେ ଲୋକମାନେ ଘଟଣାସ୍ଥଳରୁ ପଳାଇଯାଇଥିଲେ ।

Get real time updates directly on you device, subscribe now.

Leave A Reply

Your email address will not be published.