ୱେବସାଇଟରେ ଆଜିଠୁ ମିଳିବ ମାଟ୍ରିକ ଆଡମିଟ କାର୍ଡ
ଆଜିଠୁ ମିଳିବ ମାଟ୍ରିକ ଆଡମିଟ୍ କାର୍ଡ ଦଶମ ଶ୍ରେଣୀ ସମେଟିଭ୍ ଆସେସମେଣ୍ଟ-୨ ପରୀକ୍ଷା ପାଇଁ ଆଡମିଟ୍ କାର୍ଡ ଆଜିଠୁ ବୋର୍ଡ ୱେବସାଇଟ୍ ରେ ଉପଲବ୍ଧ ହେବ । ବିଦ୍ୟାଳୟର ପ୍ରଧାନ ଶିକ୍ଷକ ମାନେ ବୋର୍ଡ ୱେବସାଇଟ୍ ରେ ବିଦ୍ୟାଳୟର କୋଡ୍ ଓ ପାସୱାର୍ଡ ଲଗଇନ୍ କରି ପରୀକ୍ଷାର୍ଥିଙ୍କ ଆଡମିଟ କାର୍ଡ ଡାଇନଲୋଡ କରି ପରୀକ୍ଷାର୍ଥୀଙ୍କୁ ପ୍ରଦାନ କରିବାକୁ ନିର୍ଦ୍ଦେଶ ଦିଆଯାଇଛି ।
ପରୀକ୍ଷାର୍ଥିଙ୍କ ଆଡମିଟକାର୍ଡ ଆଜି ଦିନ ୧୦ଟାରୁ ବୋର୍ଡ ୱେବସାଇଟ୍ ରେ ଉପଲବ୍ଧ ହେବ । ଏସଓଏସସି ପରୀକ୍ଷାର୍ଥୀଙ୍କ ଆଡମିଟ କାର୍ଡ ମଧ୍ୟ ପ୍ରଧାନଶିକ୍ଷକ ମାନେ ୱେବସାଇଟରୁ ସ୍କୁଲ କୋର୍ଡ ଓ ପାସୱାର୍ଡ ଦେଇ ଲଗଇନ୍ କରି ପାଇପାରିବେ । ଅନ୍ୟପକ୍ଷରେ କରେସପଣ୍ଡେନ୍ସ ଓ ମଧ୍ୟମା ପରୀକ୍ଷାର୍ଥୀ ୱେବସାଇଟ୍ ରେ ସେମାନଙ୍କ ନାଁ ଏବଂ ବାପାଙ୍କ ନାଁ ଲଗଇନ୍ କରି ଆଡମିଟ୍ କାର୍ଡ ପାଇପାରିବେ ।ତେବେ ପରୀକ୍ଷା କେନ୍ଦ୍ରକୁ ଯିବା ପୂର୍ବରୁ ୱେବସାଇଟ୍ ରୁ ଉପଲବ୍ଧ ଏହି ଆଡମିଟ୍ କାର୍ଡରେ ବିଦ୍ୟାଳୟର ମୁଖ୍ୟ ଦସ୍ତଖତ କରିବେ ବୋଲି କୁହାଯାଇଛି ।
ଏପ୍ରିଲ ୨୯ରୁ ଆରମ୍ଭ ହେବାକୁ ଥିବା ମାଟ୍ରିକ ସମେଟିଭ୍ ଆସେସମେଣ୍ଟ-୨ ପରୀକ୍ଷା ପାଇଁ ବୋର୍ଡ ପକ୍ଷରୁ ଦ୍ବିତୀୟ ପର୍ୟ୍ୟାୟ ନୋଡାଲ ସେଣ୍ଟରଗୁଡିକରେ ପ୍ରଶ୍ନପତ୍ର ଏବଂ ଖାତା ପହଞ୍ଚାଯିବାର ବ୍ୟବସ୍ଥା କରାଯାଇଛି ।