THE BYAPINI

ମାହାଙ୍ଗା ଗଣହତ୍ୟା: ଆସିଲା ପୋଷ୍ଟମର୍ଟମ ରିପୋର୍ଟ

Get real time updates directly on you device, subscribe now.

ମାହାଙ୍ଗା କୁସୁପୁର ଗଣହତ୍ୟା ଘଟଣାରେ ଆସିଲା ପୋଷ୍ଟମର୍ଟମ ରିପୋର୍ଟ । ରିପୋର୍ଟ ଅନୁସାରେ ମୃତକଙ୍କ ଶରୀରର ଏକାଧିକ ସ୍ଥାନରେ କ୍ଷତ ଚିହ୍ନ ରହିଛି । କ୍ଷତଚିହ୍ନରୁ ସ୍ପଷ୍ଟ ହେଉଛି ହତ୍ୟାକାଣ୍ଡାରେ ଧାରୁଆ ଅସ୍ତ୍ରଶସ୍ତ୍ର ବ୍ୟବହାର କରାଯାଇଛି । ଟଣାଭିଡ଼ା ଓ ଜୋରଜବରଦସ୍ତ ଭିତରେ ହତ୍ୟାକାଣ୍ଡ ଘଟିଥିବା ରିପୋର୍ଟରୁ ଜଣାପଡ଼ିଛି । ତେବେ ବିଷକ୍ରିୟା ଯୋଗୁଁ ମୃତ୍ୟୁ ନେଇ ରିପୋର୍ଟରେ ଉଲ୍ଲେଖ ନାହିଁ । ଏନେଇ ସୂଚନା ଦେଇଛନ୍ତି କଟକ ଗ୍ରାମାଂଚଳ ଏସପି ଯୁଗଳ କିଶୋର ବନୋଥ ।
ସାମାନ୍ୟ ଜମିବାଡ଼ି ବିବାଦରୁ ମାହାଙ୍ଗା କୁସୁପୁରରେ ସାନ ଭାଇ ଶିବ ପ୍ରସାଦ ସାହୁ ବଡ଼ଭାଇ ଅଲ୍ଲେଖ ପ୍ରସାଦ ସାହୁଙ୍କ ପୁରା ପରିବାରକୁ ଗତ ସପ୍ତାହରେ ହତ୍ୟା କରିଥିଲେ । ଏହି ଖବର ସାରା ରାଜ୍ୟରେ ଚହଳ ସୃଷ୍ଟି କରିଥିଲା ।

Get real time updates directly on you device, subscribe now.

Leave A Reply

Your email address will not be published.