୧୦୦ ଟଙ୍କା ନଦେବାରୁ ମାଆକୁ ମାରିଦେଲା
ମାଆକୁ ମାରିଦେଲା ପୁଅ । ମୟୂରଭଞ୍ଜ ଜିଲ୍ଲା ଯଶୀପୁର ଥାନା ଅନ୍ତର୍ଗତ ହାଟପଡ଼ିଆ ସାହିରେ ଘଟିଛି ଏଭଳି ଅଭାବନୀୟ ଘଟଣା । ଗାଁର ସରୋଜ ନାଏକ ନିଜ ମାଆ ଶାଳନ୍ଦୀ ନାଏକଙ୍କୁ ମଦ ପିଇବା ପାଇଁ ୧୦୦ ଟଙ୍କା ମାଗିଥିଲା । ମାଆ ଟଙ୍କା ନଦେବାରୁ ଠେଙ୍ଗାରେ ପିଟିପିଟି ମାରିଦେଲା ପୁଅ । ହତ୍ୟା କରିବା ପରେ ଫେରାର୍ ହୋଇଯାଇଛି ସରୋଜ । ଖବର ପାଇଁ ପୋଲିସ୍ ଘଟଣାସ୍ଥଳରେ ପହଂଚି ତଦନ୍ତ ଆରମ୍ଭ କରିଦେଇଛି ।