THE BYAPINI

ରାଜଧାନୀରେ ଡବଲ ମର୍ଡର

Get real time updates directly on you device, subscribe now.

ରାଜଧାନୀରେ ଚାଞ୍ଚଲ୍ୟ ।ବନେଶ୍ୱର ଚନ୍ଦ୍ରଶେଖରପୁରରେ ଡବଲ ମର୍ଡର । ଜଣେ ବ୍ୟକ୍ତି ତା’ ପତ୍ନୀ ଓ ଶାଳୀଙ୍କୁ ହତ୍ୟା କରିଛି।ତିନି ଦିନ ପରେ ଘର ଭିତରୁ ମିଳିଲା ଦୁଇ ଜଣଙ୍କ ମୃତଦେହ । ହାଉସିଂବୋର୍ଡ ଦୁର୍ଗାମଣ୍ଡପ ପଡ଼ିଆ ନିକଟରେ ହତ୍ୟାକାଣ୍ଡ ଘଟିଛି ।
ବିଜୟ କେତନ ସେଠୀ ନିଶ୍ଚିତକୋଇଲି ଅଂଚଳର ଗାୟତ୍ରୀ ସେଠୀଙ୍କ ୨୦୧୧ ବାହା ହୋଇଥିଲା । ଭୁବନେଶ୍ୱରରେ ରହୁଥିବା ବେଳେ ଗାୟତୟୀଙ୍କ ସାନ ଭଉଣୀ ସରସ୍ୱତୀ ମଧ୍ୟ ଅନେକ ସମୟରେ ଏମାନଙ୍କ ସହ ରହୁଥିଲେ । ସରସ୍ୱତୀ ଏକ ଘରୋଇ ହସ୍ପିଟାଲରେ ନର୍ସ ଭାବେ କାମ କରୁଥିଲେ ।ପରିବାର ଲୋକେ ଫୋନ୍ କରୁଥିଲେ ମଧ୍ୟ ଦୁଇ ଜଣଙ୍କ ଫୋନ୍ ବନ୍ଦ ରହିଥିଲା । ଅଭିଯୁକ୍ତ ବିଜୟ ସେଠୀଙ୍କୁ ପରିବାର ଲୋକ ଓ ସ୍ଥାନୀୟ ଲୋକଙ୍କ ଫୋନ୍ କରୁଥିଲେ ମଧ୍ୟ ଉଠାଉନଥିଲା । ଯାହାକୁ ନେଇ ଲୋକଙ୍କ ସନ୍ଦେହ ବଢିଥିଲା ।
ମୃତକ ଦ୍ୱୟଙ୍କ ବାପା ସୁଦାମ ସେଠୀଙ୍କ କହିବା ଅନୁଯାୟୀ, ବିଜୟ ଦୁଇ ଦିନ ତଳୁ ସେମାନଙ୍କୁ ହତ୍ୟା କରି ସାରିଛି। ନିଜେ ବିଜୟ ତାଙ୍କୁ ଏହି କଥା କହିଥିବା ସେ କହିଛନ୍ତି। ତେବେ ପୁଲିସ୍ ପକ୍ଷରୁ ଏନେଇ କୌଣସି ସୂଚନା ଦିଆଯାଇନାହିଁ। ପୁଲିସ୍ ଉକ୍ତ ଘରକୁ ସିଲ୍ କରିଛି। ପୁଲିସ୍ ଓ ସାଣ୍ଟିଫିକ୍ ଟିମ୍ ପହଞ୍ଚି ଯାଞ୍ଚ କରିବା ପରେ ଅଧିକ ସୂଚନା ମିଳିପାରିବ।
ସୁଦାମ ସେଠୀଙ୍କ କହିବା ଅନୁଯାୟୀ, ଦୁଇ ଦିନ ହେଲା ଦୁଇ ଝିଅଙ୍କ ମୋବାଇଲ୍‌ ଫୋନ୍ ସୁଇଚ୍‌ ଅଫ୍ ଦେଖାଉଥିଲା। ବିଜୟଙ୍କ ଫୋନ୍ ଲାଗୁଥିଲା। କିନ୍ତୁ ସେ ଫୋନ୍ ଉଠାଉ ନଥିଲା। ସେଥିପାଇଁ ସେମାନଙ୍କର ସନ୍ଦେହ ହୋଇଥିଲା। କାରଣ ବିଜୟ କଳହ ପ୍ରକୃତିର ଲୋକ। ପୁଣି ସେ ଅନେକ ସମୟରେ ତାଙ୍କ ପତ୍ନୀଙ୍କୁ ମାରି ଦେବେ ବୋଲି ଧମକ ଦେଇଥିଲେ।

Get real time updates directly on you device, subscribe now.

Leave A Reply

Your email address will not be published.