ଦେଶରେ ବଢ଼ୁଛି କରୋନା ସଂକ୍ରମଣ
ଦେଶରେ ବଢି ଚାଲିଛି କରୋନା ସଂକ୍ରମଣ । ଆଜି ପଂଚମ ଦିନରେ ୨ ହଜାର ଉପରେ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଗତ ୨୪ ଘଣ୍ଟାରେ ଚିହ୍ନଟ ହୋଇଛନ୍ତି ୨ ହଜାର ୫୯୩ ଜଣ ଆକ୍ରାନ୍ତ । ଦିନକରେ ୪୪ ଜଣଙ୍କର ମୃତ୍ୟୁ ହୋଇଛି ।
ସ୍ୱାସ୍ଥ୍ୟ ମନ୍ତ୍ରାଳୟର ସୂଚନା ଅନୁସାରେ ଦେଶରେ ଏବେ ସକ୍ରିୟ ମାମଲା ୧୫ ହଜାର ୮୭୩ ରହିଛି । ୨୪ ଘଣ୍ଟାରେ ୧ ହଜାର ୭୫୫ ଜଣ କରୋନାରୁ ସୁସ୍ଥ ହୋଇଛନ୍ତି । ଦେଶରେ ଏବେ ଆରୋଗ୍ୟ ହାର ରହିଛି ୯୮ ଦଶମିକ ୭୫ ପ୍ରତିଶତ । ଗତକାଲି ୨ହଜାର ୫୨୭ ଆକ୍ରାନ୍ତ ଚିହ୍ନଟ ହୋଇଥିଲେ ।
ସେପଟେ, ଦିଲ୍ଲୀରେ କରୋନା ସଂକ୍ରମଣ ବଢିବା ସହ ବଢୁଛି ଆର ଭାଲ୍ୟୁ । ଚଳିତ ସପ୍ତାହରେ ଦିଲ୍ଲୀରେ ଆର ଭାଲ୍ୟୁ ୨ ଦଶମିକ ୧ ରହିଛି । ଏହାର ଅର୍ଥ ଦିଲ୍ଲୀରେ ଜଣେ ସଂକ୍ରମିତ ବ୍ୟକ୍ତି ଅନ୍ୟ ୨ ଜଣଙ୍କୁ ସଂକ୍ରମିତ କରୁଛନ୍ତି । ଆଇଆଇଟି –ମାଡ୍ରାସ ଆକଳନରୁ ଏପରି ତଥ୍ୟ ସାମ୍ନାକୁ ଆସିଛି । ଦେଶରେ ଆର ଭାଲ୍ୟୁ ୧ ଦଶମିକ ୩ ରହିଥିବା ବେଳେ ଦିଲ୍ଲୀରେ ଏହା ୨ ଉପରେ ରହିଛି । ଯାହାକି ଚିନ୍ତାର କାରଣ ହୋଇଛି ।