THE BYAPINI

ମୋଦୀଙ୍କ ଗସ୍ତ ପୂର୍ବରୁ ଜମ୍ମୁରେ ବିସ୍ଫୋରଣ

Get real time updates directly on you device, subscribe now.

ମୋଦୀଙ୍କ ଗସ୍ତ ପୂର୍ବରୁ ଜମ୍ମୁରେ ବିସ୍ଫୋରଣ । ୩୭୦ ଅନୁଚ୍ଛେଦ ହଟିବା ପରେ ପ୍ରଥମ ଥର ଜମ୍ମୁ-କାଶ୍ମୀର ଗସ୍ତ କରୁଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ହେଲେ ତାଙ୍କ ଗସ୍ତ ପୂର୍ବରୁ ଏଠାରେ ଏକ ଇଲାକାରେ ବିସ୍ଫୋରଣ ହୋଇଛି । ବିସ୍ଫୋରଣ ଏତେ ଅଧିକ ଥିଲା ଯେ ଏହାର ଶବ୍ଦ ୧୨ କିଲୋମିଟର ଯାଏଁ ଶୁଭିଥିଲା । ଏହି ବିସ୍ଫୋରଣ ଜମ୍ମୁର ବିଶ୍ରାହ ଇଲାକାର ଲଲିୟାନା ଗାଁରେ ହୋଇଛି । ଏହି ସ୍ଥାନ ପ୍ରଧାନମନ୍ତ୍ରୀଙ୍କ ପାଇଁ ହେବାକୁ ଥିବା ର୍ୟାଲି ସ୍ଥାନ ଠାରୁ ୮ କିଲୋମିଟର ଦୂରତାରେ ଅବସ୍ଥିତ ।
ଜାମ୍ମୁ ଏବଂ କାଶ୍ମୀରରୁ ଧାରା ୩୭୦ ହଟିବା ଏବଂ ରାଜ୍ୟ ମାନ୍ୟତା ହରାଇବା ପରେ ଏହା ହେଉଛି ମୋଦିଙ୍କ ପ୍ରଥମ ଜାମ୍ମୁ କାଶ୍ମୀର ଗସ୍ତ । ଜାତୀୟ ପଞ୍ଚାୟତରାଜ ଦିବସ ଉପଲକ୍ଷେ ମୋଦୀ ପାଲ୍ଲି ଗାଁରେ ଏକ ରାଲି କରିବାର କାର୍ୟ୍ୟକ୍ରମ ରହିଛି । ମୋଦୀଙ୍କ ଗସ୍ତଙ୍କୁ ଭଣ୍ଡୁର କରିବାକୁ ଆତଙ୍କବାଦୀମାନେ କରିଥିବା ଆତଙ୍କବାଦୀ ଯୋଜନାକୁ ସେନା ଓ ପୋଲିସ ବିଫଳ କରିଛି । ଦୁଇ ଆତଙ୍କବାଦୀଙ୍କ ମୃତ୍ୟୁ ହୋଇଥିବା ବେଳେ ଜଣେ ଯବାନ ସହୀଦ ହୋଇଛନ୍ତି । ପୋଲିସ ପକ୍ଷରୁ ପ୍ରଧାନମନ୍ତ୍ରୀଙ୍କ ଗସ୍ତକୁ ନେଇ କଡ଼ା ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି ।

Get real time updates directly on you device, subscribe now.

Leave A Reply

Your email address will not be published.