ଜିଆରଏସଙ୍କ ଘରେ ଭିଜିଲାନ୍ସ ରେଡ୍
ଜିଆରଏସଙ୍କ ଘରେ ଭିଜିଲାନ୍ସ ରେଡ୍ । କଳାହରାହଁଙ୍ଗ ଗ୍ରାମ ପଞ୍ଚାୟତ ଅଫିସର ଗ୍ରାମ ରୋଜଗାର ସେବକ ବାବୁଲି ଚରଣ ପଢ଼ିହାରୀଙ୍କ ଘରେ ଭିଜିଲାନ୍ସ ରେଡ୍ । ଆୟ ବର୍ହିଭୁତ ସମ୍ପତ୍ତି ଠୁଳ ଅଭିଯୋଗରେ ବାବୁଲିଙ୍କ ୬ଟି ଠିକଣାରେ ରେଡ୍ ଚାଲିଛି । ଭୁବନେଶ୍ୱର ରଘୁନାଥପୁର ଅଞ୍ଚଳରେ ଥିବା ତିନି ମହଲା ବିଶିଷ୍ଟ ଘର, ଦୁଇ ମହଲା ବିଶିଷ୍ଟ ଘର, ଗୋଟିଏ ଆଜବେଷ୍ଟସ ଘର, ଆର୍ଶୀବାଦ ପ୍ଲାଜା ଅପାର୍ଟମେଣ୍ଟରେ ଏକ ଫ୍ଲାଟ୍, ରଘୁନାଥପୁରରେ ଥିବା ପୈତୃକ ଘର ଓ କଳାହରାହଁଙ୍ଗ ଅଫିସରେ ଚଢ଼ାଉ ଚାଲିଛି ।
୩ଜଣ ଡିଏସପି ଓ ୧୦ଜଣ ଇନସପେକ୍ଟର ଚଢ଼ାଉରେ ସାମିଲ ହୋଇଛନ୍ତି । ସ୍ୱତନ୍ତ୍ର ଭିଜିଲାନ୍ସ କୋର୍ଟଙ୍କ ନିର୍ଦ୍ଦେଶରେ ଚଢ଼ାଉ ଚାଲିଛି ।