THE BYAPINI

ପୁଣି ବାଜି ମାରିଲେ ମାକ୍ରନ

Get real time updates directly on you device, subscribe now.

ଫ୍ରାନ୍ସ ରାଷ୍ଟ୍ରପତି ଇମାନୁଏଲ ମାକ୍ରନ କ୍ରମାଗତ ଦ୍ୱିତୀୟ ଥର ପାଇଁ ଫ୍ରେଞ୍ଚ୍ ରାଷ୍ଟ୍ରପତି ଭାବେ ନିର୍ବାଚିତ ହୋଇଛନ୍ତି । ଗତକାଲି ଅନୁଷ୍ଠିତ ନିର୍ବାଚନରେ ସେ ପୁଣି ଥରେ ରାଷ୍ଟ୍ରପତି ଭାବେ ନିର୍ବାଚିତ ହୋଇଛନ୍ତି। ତାଙ୍କ ପ୍ରତିଦ୍ୱନ୍ଦୀ ତଥା ଦକ୍ଷିଣପନ୍ଥୀ ନେତ୍ରୀ ଲି ପେନ୍‌ଙ୍କ ସହିତ ଲଢ଼େଇ ହୋଇଥିଲା। ତେବେ କଡ଼ା ଟକ୍କର ମଧ୍ୟରେ ମାକ୍ରନ୍‌ ୫୮ ପ୍ରତିଶତ ଭୋଟ୍‌ ପାଇ ବିଜୟ ହାସଲ କରିଛନ୍ତି। ପୂର୍ବରୁ ବିଭିନ୍ନ ଓପିନିଅନ ପୋଲରେ ମାକ୍ରନ୍‌ଙ୍କୁ ୫୭ରୁ ୫୮ ପ୍ରତିଶତ ଭୋଟ୍ ମିଳିବ ବୋଲି କୁହାଯାଉଥିଲା । ଯାହା ସଠିକ୍ ସାବ୍ୟସ୍ତ ହୋଇଛି ।
୨୦୧୭ ନିର୍ବାଚନରେ ଏହି ଦୁଇ ପ୍ରତିଦ୍ୱନ୍ଦୀ ରାଷ୍ଟ୍ରପତି ନିର୍ବାଚନରେ ପ୍ର ୪୪ ବର୍ଷିୟ ରାଷ୍ଟ୍ରପତି ମାକ୍ରନ ହେଉଛନ୍ତି ପ୍ରଥମ ରାଷ୍ଟ୍ରପତି, ଯିଏ ୨୦୦୨ ପରେ ଲଗାତାର ଦ୍ୱତୀୟ ଥର ପାଇଁ ବିଜୟୀ ହୋଇଛନ୍ତି । ହାରିବା ପରେ ଲେ ପେନ ପ୍ରତିପକ୍ଷଙ୍କୁ ଟାର୍ଗେଟ କରି କହିଛନ୍ତି, ବିଜୟୀ ନେତାଙ୍କ ସହ ଋଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ୍ ଅତି ଘନିଷ୍ଠ ସମ୍ପର୍କ ରହିଛି । ସେ ଫ୍ରାନ୍ସ ସରକାରକୁ ଅ।।ମେରିକାର ଡୋଲାଡ ଟ୍ରମ୍ପ ଏବଂ ବ୍ରିଟେନର ବ୍ରେକ୍ସିଟ୍ ସରକାର ସହ ତୁଳନା କରିଛନ୍ତି ।ତିଦ୍ୱନ୍ଦିତା କରିଥିଲେ । ଏବଂ ଫଳ ସମାନ ଥଲା ।
ବିଶ୍ୱର ଅନ୍ୟାନ୍ୟ ନେତାମାନେ ମଧ୍ୟ ମାକ୍ରନ୍‌ଙ୍କୁ ଅଭିନନ୍ଦନ ଜଣାଇଛନ୍ତି। ୟୁକ୍ରେନ୍‌ର ରାଷ୍ଟ୍ରପତି ଭୋଲୋଦିମିର୍‌ ଜେଲେନ୍‌ସ୍କି ଗତ ରାତିରେ ଟ୍ୱିଟ୍‌ କରି ନିର୍ବାଚନୀ ବିଜୟ ଲାଗି ରାଷ୍ଟ୍ରପତି ଇମ୍ମାନୁଏଲ୍‌ଙ୍କୁ ଅଭିନନ୍ଦନ ଜଣାଇଛନ୍ତି।

Get real time updates directly on you device, subscribe now.

Leave A Reply

Your email address will not be published.