THE BYAPINI

ଶହେ ଟଙ୍କାରେ ପୁରୀରେ ରହଣି

Get real time updates directly on you device, subscribe now.

ଏଣିକି ମାତ୍ର ଶହେରୁ ଦେଢ ଶହ ଟଙ୍କା ଭିତରେ ପୁରୀରେ ରହିପାରିବେ ପର୍ଯ୍ୟଟକ । ଶ୍ରୀମନ୍ଦିରକୁ ଆସୁଥିବା ଭକ୍ତଙ୍କ ପାଇଁ ସୁଲଭ ମୁଲ୍ୟରେ ନିର୍ମାଣ ହେବ ଭକ୍ତ ନିବାସ। ବାସେଳି ସାହି ଥାନା ନିକଟରେ ୩ରୁ ୪ ହଜାର ଭକ୍ତଙ୍କ ପାଇଁ ନିର୍ମାଣ ହେବ ଭକ୍ତ ନିବାସ।ସାଧାରଣ ଲୋକଙ୍କୁ ସ୍ୱଳ୍ପ ମୂଲ୍ୟରେ ପୁରୀରେ ରହଣି ପାଇଁ ଭକ୍ତ ନିବାସ ନିର୍ମିତ ହେବ ବୋଲି ସୂଚନା ଦେଇଛନ୍ତି ଶ୍ରୀମନ୍ଦିରର ମୁଖ୍ୟପ୍ରଶାସକ କ୍ରିଷନ କୁମାର। ଏଥିପାଇଁ ୯ରୁ ୧୦ ଏକର ଜାଗା ଚିହ୍ନଟ ହୋଇଛି । ଶଯ୍ୟା ପିଛା ମାତ୍ର ଶହେରୁ ଦେଢ଼ ଶହ ଦେୟ ଦେବାକୁ ପଡ଼ିବ ବୋଲି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ କହିଛନ୍ତି।

ଭଙ୍ଗା ଯାଇଥିବା ୨ ଟି ମାର୍କେଟ କମ୍ପ୍ଲେକ୍ସର କାମ ଖୁବ ଶୀଘ୍ର ଶେଷ ହେବ। ଜେଲ୍ ରୋଡରେ ବହୁ ତଳ ପାର୍କିଂ ନିର୍ମାଣ କାର‌୍ୟ୍ୟ ସମୀକ୍ଷା କରିଛନ୍ତି କଲେ ମୁଖ୍ୟ ପ୍ରଶାସକ।ଅବଢ଼ା ଯୋଜନାରେ ଶ୍ରୀମନ୍ଦିର ସୁନ୍ଦରୀକରଣ, ମଲ୍ଟିପଲ୍ ପାର୍କିଂ ବ୍ୟବସ୍ଥା, ଶ୍ରୀସେତୁ ସମେତ ଅନ୍ୟାନ୍ୟ ଉନ୍ନତୀମୂଳକ କାର‌୍ୟ୍ୟ କରାଯାଇଥିବା ବେଳେ ଭକ୍ତଙ୍କ ପାଇଁ ରହଣୀର ବ୍ୟବସ୍ଥା ମଧ୍ୟ କରାଯାଇଛି ।ଜେଲ୍ ରୋଡ୍ ଓ ଜଗନ୍ନାଥ ବଲ୍ଲଭ ମଠରେ ପାର୍କିଂ କାମ ଆରମ୍ଭ ହୋଇଥିବା ବେଳେ ଶ୍ରୀମନ୍ଦିର ସୁରକ୍ଷା ଜୋନ୍ ଚାରିପାଖରେ ୨୦ ମିଟର ରାସ୍ତା ନିର୍ମାଣ କରାଯିବ । ଆସନ୍ତା ଫେବ୍ରୁଆରୀ ମାସରେ ରାସ୍ତା କାମ ଆରମ୍ଭ ହେବ । ଅବଢ଼ା ଯୋଜନାରେ ଏହି ସବୁ କାମ ଆରମ୍ଭ ହେବ ବୋଲି ସୂଚନା ମିଳିଛି ।

ସେପଟେ ଶ୍ରୀମନ୍ଦିର ଖୋଲିବା ପୂର୍ବରୁ ୫-ଟି ସଚିବ ଭି.କେ ପାଣ୍ଡିଆନ ପୁରୀ ଗସ୍ତ କରିଛନ୍ତି। ପୁରୀ ବିକାଶ ଏବଂ ଆଗକୁ ଶ୍ରୀମନ୍ଦିର ଖୋଲିବା ନେଇ ଭି.କେ ପାଣ୍ଡିଆନ ସମୀକ୍ଷା କରିଛନ୍ତି। ୫-ଟି ସଚିବଙ୍କ ସହ ଉନ୍ନୟନ କମିଶନର ସୁରେଶ ମହାପାତ୍ର, ଶ୍ରୀମନ୍ଦିର ପ୍ରଶାସକ କ୍ରିଷନ୍ କୁମାର , ପୁରୀ ଜିଲ୍ଲାପାଳ ଓ ଏସ୍‌ପି ପ୍ରମୁଖ ଉପସ୍ଥିତ ରହିଥିଲେ ଆସନ୍ତା ୨୩ରୁ ଖୋଲିବ ପୁରୀ ଶ୍ରୀମନ୍ଦିର ।

Get real time updates directly on you device, subscribe now.

Leave A Reply

Your email address will not be published.