THE BYAPINI

ଗୋଟିଏ ସିଟିଂରେ ହେବ ମାଟ୍ରିକ ପରୀକ୍ଷା

Get real time updates directly on you device, subscribe now.

ଆସନ୍ତା ୨୯ ତାରିଖ ଠାରୁ ମେ ୭ ତାରିଖ ପର୍ୟ୍ୟନ୍ତ ଚାଲିବ ମାଟ୍ରିକ ପରୀକ୍ଷା। ଦ୍ୱିତୀୟ ସିଟିଂରେ ହେବାକୁ ଥିବା କିଛି ପରୀକ୍ଷା ପ୍ରଥମ ସିଟିଂରେ ହେବ । ଏନେଇ ବୋର୍ଡ କର୍ତ୍ତୃପକ୍ଷ ପ୍ରେସମିଟ୍ କରି ସୂଚନା ଦେଇଛନ୍ତି । ତେବେ ମଧ୍ୟମା ପରୀକ୍ଷାର କିଛି ବିଷୟ ଦ୍ୱିତୀୟ ସିଟିଂରେ ହେବାକୁ ଥିଲା, ହେଲେ ରାଜ୍ୟରେ ହେଉଥିବା ପ୍ରବଳ ଖରାକୁ ଦେଖି ଏବେ ଏହି ସିଡ୍ୟୁଲରେ ପରିବର୍ତ୍ତନ କରାଯାଇଛି । ଦ୍ୱିତୀୟ ସିଟିଂରେ ହେବାକୁ ଥିବା କିଛି ପରୀକ୍ଷାକୁ ପ୍ରଥମ ସିଟିଂରେ କରାଯିବାକୁ ନିଷ୍ପତ୍ତି ନିଆଯାଇଛି । ଫଳରେ ମେ’ ୭ ତାରିଖରେ ସରିବାକୁ ଥିବା ମାଟ୍ରିକ ପରୀକ୍ଷା ମେ’ ୧୦ ତାରିଖରେ ଶେଷ ହେବ ।
ତେବେ ମଧ୍ୟମା ଓ ଓପନ ସ୍କୁଲ ସେକେଣ୍ଡ ସିଟିଂରେ ହେବାକୁ ଥିବା ପରୀକ୍ଷା ତାରିଖ ଓ ସମୟକୁ ପରିବର୍ତ୍ତନ କରାଯାଇଛି। ଆସନ୍ତା ମାସ ୨, ୪ ଓ ୬ ତାରିଖରେ ହେବାକୁ ଥିବା ସେକେଣ୍ଡ ସିଟିଂ ପରୀକ୍ଷାଗୁଡ଼ିକ ୮, ୯ ଓ ୧୦ ତାରିଖ ପ୍ରଥମ ସିଟିଂରେ ହେବ। ଏନେଇ ମଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ ସୂଚନା ଦିଆଯାଇଛି। ଖରାକୁ ଲକ୍ଷ୍ୟରେ ରହି ମଧ୍ୟମା, ଓପନ ସ୍କୁଲ ସେକେଣ୍ଡ ସିଟିଂରେ ପରିବର୍ତ୍ତନ କରାଯାଇଛି। ମଧ୍ୟାହ୍ନର ପ୍ରଚଣ୍ଡ ଖରା ଆସିବା ପୂର୍ବରୁ ଛାତ୍ରଛାତ୍ରୀ ପରୀକ୍ଷା ଦେଇ ସୁରକ୍ଷିତ ଘରକୁ ଚାଲିଯିବା ଲକ୍ଷ୍ୟ ରହିଛି।

ସେହିପରି ଖରାକୁ ଦୃଷ୍ଟିରେ ରଖି ପରୀକ୍ଷା କେନ୍ଦ୍ରଗୁଡିକରେ ବ୍ୟାପକ ବ୍ୟବସ୍ଥା କରାଯାଇଛି । ଅନବରତ ପାନୀୟଜଳ ବ୍ୟବସ୍ଥା ସହ ଓଆରଏସ ଯଥେଷ୍ଟ ପରିମାଣରେ ମହଜୁଦ ରଖିବାକୁ ପରୀକ୍ଷା କେନ୍ଦ୍ରଗୁଡିକୁ ନିର୍ଦ୍ଦେଶ ଦିଆଯାଇଛି । ଏହାସହ ବିଦ୍ୟୁତ୍ କାଟ୍ କରାନଯିବାକୁ ମଧ୍ୟ ନିର୍ଦ୍ଦେଶ ଦିଆାଯାଇଛି । ଏନେଇ ପରୀକ୍ଷା କେନ୍ଦ୍ରଗୁଡିକ ତରଫରୁ ସ୍ଥାନୀନ ବିଦ୍ୟୁତ ବିଭାଗ ସହ ଆଲୋଚନା କରି ବିଦ୍ୟୁତ୍ କାଟ ନହେବା ପାଇଁ ବ୍ୟବସ୍ଥା କରିବେ । ପାରୀକ୍ଷା କେନ୍ଦ୍ର ସୁପରିଟେଣ୍ଡେଣ୍ଟଙ୍କୁ ପିଲାଙ୍କ ଉପସ୍ଥିତି, ଅନୁପସ୍ଥିତି, ମାଲ ପ୍ରାକ୍ଟିସ ଓ ଅନ୍ୟ କିଛି ଗୁରୁତ୍ବପୂର୍ଣ୍ଣ ସୂଚନା ଥିଲେ ପରୀକ୍ଷା ସରିବାର ୨ ଘଣ୍ଟା ମଧ୍ୟରେ ଅନଲାଇନରେ ପଠାଇବାକୁ ନିର୍ଦ୍ଦେଶ ଦିଆଯାଇଛି ।

୩ ହଜାର ୫୪୦ କେନ୍ଦ୍ରରେ ପରୀକ୍ଷା ହେବାକୁ ଥିବା ବେଳେ ୩୧୫ଟି ନୋଡାଲ ସେଣ୍ଟରେ ପ୍ରଶ୍ନପତ୍ର ରଖାଯାଇଛି । ପରୀକ୍ଷା ଦିନ ସକାଳୁ ସେଣ୍ଟରରେ ପ୍ରଶ୍ନପତ୍ର ପହଞ୍ଚିବ ବୋଲି ବୋର୍ଡ କର୍ତ୍ତୃପକ୍ଷ ସୂଚନା ଦେଇଛନ୍ତି । ମାଟ୍ରିକ ପରୀକ୍ଷା ପାଇଁ ଚତୁଃସ୍ତରୀୟ ସ୍କ୍ବାଡ ବ୍ୟବସ୍ଥା କରାଯାଇଛି । ୩୦ ଜିଲ୍ଲା ପାଇଁ ୬୫ଟି ଫ୍ଲାଇଂ ସ୍କ୍ବାଡ ନିଯୁକ୍ତ କରାଯାଇ ଥିବା ବୋର୍ଡ ପକ୍ଷରୁ ସୂଚନା ଦିଆଯାଇଛି ।

Get real time updates directly on you device, subscribe now.

Leave A Reply

Your email address will not be published.