ଶିଶୁକୁ ମାରି ଆତ୍ମହତ୍ୟା କଲେ ବାପା-ମାଆ
ରାଜଧାନୀ ଭୁବନେଶ୍ୱରରେ ଚାଞ୍ଚଲ୍ୟକର ଘଟଣା। ଲକ୍ଷ୍ମୀସାଗର ଥାନା ଚିନ୍ତାମଣିଶ୍ୱର ଅଞ୍ଚଳରେ ଅଭାବନୀୟ ଘଟଣା । ଗୋଟିଏ ପରିବାରର ୩ ଜଣଙ୍କ ମୃତ୍ୟୁ । ଦେଢ଼ ବର୍ଷର ଶିଶୁକୁ ହତ୍ୟା କରି ଆତ୍ମହତ୍ୟା କଲେ ବାପା-ମାଆ । ଛୁଆକୁ ହତ୍ୟା ପରେ ଲୁଗାରେ ଝୁଲି ପଡିଲେ ସ୍ବାମୀ ଓ ସ୍ତ୍ରୀ । ଆତ୍ମହତ୍ୟା କରିଥିବା ଦୁଇ ଜଣ ହେଉଛନ୍ତି ମହାରାଷ୍ଟ୍ରର ତୁଷାର ଜଗପାତ୍ ଓ ନିଲା ଜଗପାତ୍ । ପାରିବାରିକ କଳହରୁ ଏଭଳି ଘଟଣା ଘଟିଛି ବୋଲି ସୂଚନା ମିଳିଛି ।
ମୃତକ ୩ ଜଣ ହେଲେ ତୁଷାର ରାଜେନ୍ଦ୍ର ଜଗତବ, ତାଙ୍କ ସ୍ତ୍ରୀ ନୀଲା ତୁଷାର ଜଗତବ ଓ ଝିଅ ସିବିନ୍ୟା । ସେମାନଙ୍କ ଘର ମହାରାଷ୍ଟ୍ରରେ ବୋଲି ସୂଚନା ମିଳିଛି। ପାରିବାରିକ କଳହର ଚରମ ପରିଣତି ସ୍ୱରୂପ ଏକାଥରେ ଗୋଟିଏ ପରିବାରର ୩ ମୁଣ୍ଡ ଗଡ଼ିଥିବା ଜଣାଯାଇଛି। ଆଜି ସକାଳେ ତୁଷାରଙ୍କ ପରିବାର କବାଟ ନ ଖୋଲିବାରୁ ପଡ଼ୋଶୀ ପୁଲିସ୍କୁ ଖବର ଦେଇଥିଲେ। ପୁଲିସ୍ ଘଟଣାସ୍ଥଳରେ ପହଞ୍ଚି କବାଟ ଖୋଲିବାରୁ ୩ ଜଣଙ୍କ ମୃତଦେହ ଝୁଲନ୍ତା ଅବସ୍ଥାରେ ଥିବା ଦେଖିବାକୁ ପାଇଥିଲେ। ପ୍ରଥମେ ଝିଅକୁ ହତ୍ୟା କରି ପରେ ବାପାମା’ ଆତ୍ମହତ୍ୟା କରିଥିବା ପ୍ରାଥମିକ ତଦନ୍ତରୁ ଜଣାପଡ଼ିଛି। ୩ ଜଣଙ୍କ ମୃତଦେହକୁ ବ୍ୟବଚ୍ଛେଦ ନିମନ୍ତେ ପଠାଇ ତଦନ୍ତ ଆରମ୍ଭ କରିଛି ପୁଲିସ୍ ।