THE BYAPINI

ନିଲମ୍ବିତ ଏଏସଆଇଙ୍କ ଘରେ ଭିଜିଲାନ୍ସ ରେଡ୍

Get real time updates directly on you device, subscribe now.

ମାଲକାନଗିରି ଜିଲ୍ଲା ମାଥିଲି ଥାନାର ନିଲମ୍ବିତ ଏଏସଆଇ ଜୟଦାଶ ଖରାଙ୍କ ଘରେ ଭିଜିଲାନ୍ସ ବିଭାଗ ପକ୍ଷରୁ ଚଢ଼ାଉ କରାଯାଇଛି। ଆୟ ବର୍ହିଭୁତ ସମ୍ପତ୍ତି ଠୁଳ ଅଭିଯୋଗରେ ଭିଜିଲାନ୍ସ ଚଢ଼ାଉ କରିଛି । ମାଲକାନଗିରି, କୋରାପୁଟ ଓ ସୁନାବେଡ଼ା ସମେତ ୪ଟି ସ୍ଥାନରେ ଏକକାଳୀନ ଚଢ଼ାଉ କରୁଛି ଭିଜିଲାନ୍ସ । ଜୟଦାଶଙ୍କ ମାଲକାନଗିରିର ଭଡ଼ା ଘର, ସୁନାବେଡ଼ର ସରକାରୀ ଗୃହ, କୋରାପୁଟର ଦୁଇଟି ଘର ଓ ଶ୍ୱଶୁରର ଘର ଚଢାଉ କରାଯାଇଛି।
ଚଢ଼ାଉ ବେଳେ ତିନୋଟି କୋଠା ଓ ଗୋଟିଏ ଡୁପ୍ଲେକ୍ସ ଠାବ କରିଛି ଭିଜିଲାନ୍ସ । ମାସକ ତଳେ ଗଞ୍ଜେଇ ଚୋରାଚାଲାଣରେ ସଂପୃକ୍ତ ଥିବା ଅଭିଯୋଗରେ ଜେଲ୍ ଯାଇଥିଲେ ଜୟଦାସ । ଜାମିନ୍ ପାଇବା ପରେ ପୋଲିସ୍ ହେଡ୍ କ୍ୱାର୍ଟସରେ ନିଲମ୍ବିତ ଭାବେ ରହୁଥିଲେ । ଜୟଦାସ ମାଥିଲି ଥାନା କର୍ତନ ପାଲି ବିଟ୍ ହାଉସରେ କାର୍ୟ୍ୟରତ ଥିଲେ ।

Get real time updates directly on you device, subscribe now.

Leave A Reply

Your email address will not be published.