THE BYAPINI

ଦେଶରେ ଆଜି ବିି ୩ ହଜାର ଉପରେ ସଂକ୍ରମଣ

Get real time updates directly on you device, subscribe now.

ଦେଶରେ ୩ ହଜାର ଉପରେ ଆଜି ବି ସଂକ୍ରମଣ । ଆଜି ବି ଦେଶରେ ୩ ହଜାର ୩୭୭ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଯାହାକି ଗତକାଲି ତୁଳନାରେ ୨ ଦଶମିକ ୨ ପ୍ରତିଶତ ବୃଦ୍ଧି । କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟର ତଥ୍ୟ ଅନୁସାରେ କରୋନାରେ ଗତକାଲି ଗୋଟିଏ ଦିନରେ ଆଉ ୬୦ ଜଣଙ୍କର ଜୀବନ ଯାଇଛି ।

ନୂଆ ଆକ୍ରାନ୍ତଙ୍କୁ ମିଶାଇ ଦେଶରେ ସକ୍ରିୟ ମାମଲା ୧୭ ହଜାର ପାର କରିଛି । ଏବେ ଦେଶରେ ସକ୍ରିୟ ମାମଲା ରହିଛି ୧୭ ହଜାର ୮୦୧ । ସେହିପରି ଦୈନିକ ସଂକ୍ରମଣ ହାର ଶୂନ ଦଶମିକ ୭୧ ପ୍ରତିଶତରେ ପହଞ୍ଚିଛି । ସାପ୍ତାହିକ ସଂକ୍ରମଣ ହାର ଶୂନ ଦଶମିକ ୬୩ ପ୍ରତିଶତ ହୋଇଛି । ଏବେ ଦେଶରେ ଆରୋଗ୍ୟ ହାର ରହିଛି ୯୮ ଦଶମିକ ୭୪ ପ୍ରତିଶତ । ଅନ୍ୟପଟେ ଗତ ୨୪ ଘଂଟାରେ ୨୨ ଲକ୍ଷ ୮ ହଜାର ୭୪୩ ଡୋଜ ଟିକା ଦିଆଯାଇଛି ।

Get real time updates directly on you device, subscribe now.

Leave A Reply

Your email address will not be published.