THE BYAPINI

ତାତି କମାଇବ କି ଲଘୁଚାପ!

Get real time updates directly on you device, subscribe now.

ରାଜ୍ୟରେ ଜାରି ରହିଛି ପ୍ରବଳ ଗ୍ରୀଷ୍ମ ପ୍ରବାହ । ଆଜି ଦିନ ସାଢେ ୧୧ଟା ସୁଦ୍ଧା ଝାରସୁଗୁଡ଼ାରେ ସର୍ବାଧିକ ତାପମାତ୍ରା ୪୦ ଦଶମିକ ୪ ଡିଗ୍ରୀ ରେକର୍ଡ କରାଯାଇଛି । କେନ୍ଦୁଝରରେ ୩୯ ଦଶମିକ ୬, ସମ୍ବଲପୁରରେ ୩୯ ଦଶମିକ ୨ ଓ ଭୁବନେଶ୍ୱରରେ ୩୯ ଡିଗ୍ରୀ ତାପମାତ୍ରା ରେକର୍ଡ କରାଯାଇଛି । ଆଜି ୧୧ ଜିଲ୍ଲାରେ ଗ୍ରୀଷ୍ମ ପ୍ରବାହ ସମ୍ଭାବନା ପାଇଁ ଚେତାବନୀ ଜାରି କରିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର ।
ଆଗାମୀ ୨ ଦିନ ଯାଏ ତାତିରେ ବିଶେଷ ପରିବର୍ତ୍ତନ ହେବନି। ହେଲେ ଦକ୍ଷିଣ ଆଣ୍ଡାମାନ ସାଗରରେ ଲଘୁଚାପ ଦାନା ବାନ୍ଧୁଥିବାରୁ ଖୁବ୍‌ ଶୀଘ୍ର ତାତିରୁ ତ୍ରାହି ମିଳିବାର ଆଶା ଦେଖାଇଛି ଭାରତୀୟ ପାଣିପାଗ କେନ୍ଦ୍ର । ଆସନ୍ତା ମେ ମାସ ୪ ତାରିଖ ରାତି ବା ୫ ତାରିଖ ସୁଦ୍ଧା ଦକ୍ଷିଣ ଆଣ୍ଡାମାନ ସାଗରରେ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବାର ସମ୍ଭାବନା ରହିଛି। ଲଘୁଚାପ ସୃଷ୍ଟି ହେଲେ ତାତିରୁ ମୁକ୍ତି ମିଳିବାର ସମ୍ଭାବନା ରହିଛି।
ଆଜି ଏବଂ ଆସନ୍ତାକାଲି ୨ ଦିନ ଓଡ଼ିଶାରେ ଗ୍ରୀଷ୍ମ ପ୍ରବାହ ରହିବ। ୧ ତାରିଖ ବେଳକୁ ଓଡ଼ିଶାରେ ସ୍ଥିତି ପରିବର୍ତ୍ତନ ହୋଇପାରେ। ତେବେ କାଲି ରାତିରୁ ଦକ୍ଷିଣ ଓଡ଼ିଶାରେ କାଳବୈଶାଖୀ ବର୍ଷା ହେବା ସମ୍ଭାବନା ରହିଛି ବୋଲି ବୈଜ୍ଞାନିକ ଆର୍.କେ ଜେନାମଣି ସୂଚନା ଦେଇଛନ୍ତି।

Get real time updates directly on you device, subscribe now.

Leave A Reply

Your email address will not be published.