ବଦଳିଲେ କଟକ-ଭୁବନେଶ୍ୱର ଡିସିପି
ଆଇପିଏସ ସ୍ତରରେ ବଡଧରଣର ଅଦଳବଦଳ । ବଦଳିଲେ ଟ୍ୱିନ୍ ସିଟି ଡିସିପି । ପ୍ରତୀକ ସିଂ ହେଲେ ଭୁବନେଶ୍ୱର ଡିସିପି । ସେହିପରି କଟକ ଡିସିପି ଭାବେ ପିନାକ ମିଶ୍ରଙ୍କୁ ଦାୟିତ୍ୱ ଦିଆଯାଇଛି । ବ୍ରହ୍ମପୁର ଏସ୍ପି ପିନାକ ମିଶ୍ରଙ୍କୁ କଟକ ଡିସିପି ଭାବେ ବଦଳି କରାଯାଇଛି। ଭୁବନେଶ୍ୱର ଡିସିପି ଥିବା ଉମାଶଙ୍କର ଦାଶଙ୍କୁ ଟ୍ୱିନ୍ ସିଟିର ଅତିରିକ୍ତ ପୁଲିସ୍ କମିଶନର (ଏସିପି) ଭାବେ ନୂଆ ଦାୟିତ୍ୱ ଦିଆଯାଇଛି।
ସେହିଭଳି ଜେଲ୍ ଡିଜି ଥିବା ୧୯୮୮ ବ୍ୟାଚର ଆଇପିଏସ୍ ସନ୍ତୋଷ ଉପାଧ୍ୟାୟ ହୋଇଛନ୍ତି ଅଗ୍ନିଶମ ବାହିନୀର ଡିଜି । କ୍ରାଇମବ୍ରାଞ୍ଚ ଏଡିଜି ଥିବା ୧୯୯୪ ବ୍ୟାଚର ଆଇପିଏସ୍ ସଞ୍ଜୀବ ପଣ୍ଡାଙ୍କୁ ଗୁଇନ୍ଦା ନିର୍ଦ୍ଦେଶକ ଭାବେ ବଦଳି କରାଯାଇଥିବା ବେଳେ ପରିବହନ କମିଶନର ୧୯୯୬ ବ୍ୟାଚର ଆଇପିଏସ୍ ଅରୁଣ ବୋଥ୍ରାଙ୍କୁ କ୍ରାଇମବ୍ରାଞ୍ଚ ଏଡିଜି ଭାବେ ବଦଳି କରାଯାଇଛି ।
୨୦୦୨ ବ୍ୟାଚର ଆଇପିଏସ୍ ଗଜଭିୟେଙ୍କୁ ଆଇଜିପି କମ୍ୟୁନିକେସନ୍ ଭାବେ ବଦଳି କରାଯାଇଛି । ୨୦୦୩ ବ୍ୟାଚର ଆଇପିଏସ୍ ଶଫିନ ଅହମଦଙ୍କୁ ଆଇଜିପି, ଏଚଆରପିସି ଭାବେ ନିଯୁକ୍ତି ଦିଆଯାଇଛି । ଭୁବନେଶ୍ୱର ଡିସିପି ଉମାଶଙ୍କର ଦାସଙ୍କୁ କମିଶନରେଟ୍ ପୋଲିସର ଅତିରିକ୍ତ ସିପି ଦାୟିତ୍ୱ ଦିଆଯାଇଛି । କଟକ ଡିସିପି ପ୍ରତୀଚତ ସିଂଙ୍କୁ ଭୁବନେଶ୍ୱର ଡିସିପି ଭାବେ ବଦଳି କରାଯାଇଛି । ନୀତି ଶେଖରଙ୍କୁ ରାଉରକେଲା ଡିଆଇଜି ଭାବେ ବଦଳି କରାଯାଇଛି ।
ନବରଙ୍ଗପୁର ଏସପି ସ୍ମିତଙ୍କୁ ବରଗଡ଼ ଏସପି ଭାବେ ବଦଳି କରାଯାଇଛି । ସେହିଭଳି ବରଗଡ଼ ଏସପି ରାହୁଲ ଜୈନଙ୍କୁ ଝାରସୁଗୁଡ଼ା ଏସପି ଭାବେ ବଦଳି କରାଯାଇଥିବା ବେଳେ କଳାହାଣ୍ଡି ଏସପି ଡକ୍ଟର ସର୍ଭଣ ବିବେକଙ୍କୁ ବ୍ରହ୍ମପୁର ଏସପି ଭାବେ ବଦଳି କରାଯାଇଛି ।ନୟାଗଡ଼ ଏସପି ସିଦ୍ଧାର୍ଥ କଟରିଆ ଖୋର୍ଦ୍ଧା ଏସପି ଭାବେ ବଦଳି ହୋଇଛନ୍ତି । ଭୁବନେଶ୍ୱର ଟ୍ରାଫିକ୍ ଡିସିପି ଏସ. ସୁଶ୍ରୀଙ୍କୁ ନବରଙ୍ଗପୁର ଏସପି ଭାବେ ବଦଳି କରାଯାଇଛି । ଅଭିଳାଶ ଜିଙ୍କୁ କଳାହାଣ୍ଡି ଏସପି ଭାବେ ବଦଳି କରାଯାଇଥିବା ବେଳେ ଖୋର୍ଦ୍ଧା ଏସପି ଅଲେଖ ପହିଙ୍କୁ ନୟାଗଡ଼ ଏସପି ଭାବେ ବଦଳି କରାଯାଇଛି ।