THE BYAPINI

ଥାନାରେ ବର୍ଷାଙ୍କ ଏତଲା

Get real time updates directly on you device, subscribe now.

ବଢିବାରେ ଲାଗିଛି ଅନୁଭବ ମହାନ୍ତି ଓ ବର୍ଷା ପ୍ରିୟଦର୍ଶିନୀଙ୍କ ବିବାଦ । କଟକର ପୁରୀଘାଟ ଥାନାରେ ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶିନୀ ପୁଣି ଏତଲା ଦେଇଛନ୍ତି । ସୋସିଆଲ ମିଡିଆରେ କିଛି ବ୍ୟକ୍ତି ଆପତ୍ତିଜନକ ପୋଷ୍ଟ କରୁଛନ୍ତି । ଯାହା ଫଳରେ ତାଙ୍କର ସମ୍ମାନ ହାନି ହେଉଥିବା ନେଇ ସେ ଅଭିଯୋଗ କରିଛନ୍ତି ।

ଦୁଇ ଦିନ ତଳେ ଏକ ଭିଡ଼ିଓ ସୋସିଆଲ ମିଡ଼ିଆରେ ଭାଇରାଲ ହୋଇଥିଲା । ଏହି ଭିଡ଼ିଓରେ ବର୍ଷା ଅନୁଭବ ଯୁକ୍ତିତର୍କ କରୁଥିବାର ଦେଖିବାକୁ ମିଳିଥିଲା ।ଅନୁଭବ କହୁଥିଲେ ବାପା ମାଆଙ୍କ ଆର୍ଶୀବାଦ ଥିବା ଯାଏଁ ତାଙ୍କୁ କେହି ହରେଇ ପାରିବେ ନାହିଁ । ଆଉ ଏହାର ଜବାବ ରଖୁଥିଲେ ଅଭିନେତ୍ରୀ ବର୍ଷା । ଏହି ଭିଡ଼ିଓକୁ ନେଇ ଥାନାରେ ଏତଲା ଦିଆଯାଇଛି । ଭିଡିଓରେ ଅନୁଭବ ରୁମ୍ ଭିତରକୁ ଯିବାକୁ ଅନୁମତି ମାଗୁଥିବା ଦେଖା ଯାଇଥିବା ବେଳେ ବର୍ତ୍ତମାନ ମାମଲା କୋର୍ଟରେ ଥିବାରୁ ବର୍ଷା ତାଙ୍କୁ ବାରଣ କରୁଥିବା ଦେଖିବାକୁ ମିଳିଛି ।କେବଳ ଏତିକି ନୁହେଁ, ଭିଡିଓରେ ଉଭୟ ପରସ୍ପରର ଚରିତ୍ର ଉପରେ ଦୋଷାରୋପ କରୁଥିବା ଦେଖାଯାଇଥିଲା। ଏହି ଭିଡିଓଟି ସୋସିଆଲ ମିଡିଆରେ ଭାଇରାଲ ହୋଇଥିଲା ।

ଅପରପକ୍ଷରେ ଏସଡିଜେଏମ କୋର୍ଟ ରେ ଅନୁଭବ ମହାନ୍ତି ତାଙ୍କ ଆଇନଜୀବିଙ୍କ ସହିତ ପହଂଚି ନୋଟିସର ୧୫ ପୃଷ୍ଠା ବିଶିଷ୍ଟ ଲିଖିତ ଉତ୍ତର ଦାଖଲ କରିଛନ୍ତି । ଯଦି ତାଙ୍କର କିଛି ଭୁଲ ବା ଅପରାଧ ହୋଇଛି ବୋଲି କୋର୍ଟ ଅନୁଭବ କରୁଛନ୍ତି, ତେବେ ମୋତେ ଦଣ୍ଡ ଦିଅନ୍ତୁ ଏବଂ ତ୍ୱରିତ ନ୍ୟାୟ ପ୍ରଦାନ କରିବାକୁ ସେ ଗୁହାରି କରିଥିଲେ ।ତେବେ ବର୍ଷା ଓ ଅନୁଭବ ବିବାଦ ମାମଲାରେ ପ୍ରଥମ ଥର ପାଇଁ ଅନୁଭବ ଶୁକ୍ରବାର କୋର୍ଟରେ ହଜାର ହୋଇଥିଲେ।

Get real time updates directly on you device, subscribe now.

Leave A Reply

Your email address will not be published.