କଂଗ୍ରେସ ବିଧାୟକଙ୍କୁ ଦିଲ୍ଲୀ ଡକରା
କଂଗ୍ରେସ ବିଧାୟକଙ୍କୁ ଦିଲ୍ଲୀରୁ ଆସିଛି ଡାକରା । ପିସିସିର ନୂଆ ସଭାପତି ଘୋଷଣା ଚର୍ଚ୍ଚା ଭିତରେ ଆସନ୍ତା ୫ ତାରିଖରେ ଦିଲ୍ଲୀ ରାଜ୍ୟ କଂଗ୍ରେସ ବିଧାୟକଙ୍କ ସହ ଆଲୋଚନା କରିବେ ରାହୁଲ ଗାନ୍ଧୀ । ଦଳୀୟ ସଂଗଠନ ଉପରେ ହେବ ପୁଙ୍ଖାନୁପୁଙ୍ଖ କରାଯିବ ତର୍ଜମା । କିଭଳି ଓଡ଼ିଶା କଂଗ୍ରେସରେ ଲାଗି ରହିଥିବା ଗୋଷ୍ଠୀ କନ୍ଦଳକୁ ଦୂର କରାଯାଇ ଦଳକୁ ଆଗକୁ ନିଆଯାଇପାରିବ, ସେନେଇ ହେବ ଆଲୋଚନା । ବୈଠକରେ ନୂଆ ସଭାପତି ଚୟନ ଓ ସାଙ୍ଗଠନିକ ପରିବର୍ତ୍ତନ ନେଇ ଆଲୋଚନା ହେବା ସମ୍ଭାବନା ରହିଛି ।
ପୂର୍ବରୁ ପିସିସି ପରିବର୍ତ୍ତନ ପାଇଁ ଓଡ଼ିଶା କଂଗ୍ରେସ ପ୍ରଭାରୀ ଚେଲ୍ଲା କୁମାର ଦଳର ସମସ୍ତ ବିଧାୟକ, ବରିଷ୍ଠ ନେତା ଓ ଛାମୁଆ ସଂଗଠନ କର୍ମକର୍ତ୍ତାଙ୍କ ସହ ଆଲୋଚନା କରିଥିଲେ । ଏନେଇ ପ୍ରଭାରୀ ହାଇକମାଣ୍ଡଙ୍କୁ ମଧ୍ୟ ରିପୋର୍ଟ ଦିଆଯିବ ।ବିଧାୟକ ତାରା ବାହିନୀପତି କହିଛନ୍ତି ଦିଲ୍ଲୀ ଗସ୍ତ ପୂର୍ବରୁ ସବୁ ବିଧାୟକ ଏକାଠି ହେବୁ । କେଉଁ ପ୍ରସଙ୍ଗରେ ରାହୁଲଙ୍କ ସହ ଆଲୋଚନା କରିବୁ ନିଷ୍ପତ୍ତି ନେବୁ । ବିଧାୟକଙ୍କ ମଧ୍ୟରୁ ଜଣଙ୍କୁ ସଭାପତି କରିବାକୁ ପ୍ରସ୍ତାବ ରଖାଯିବ । ସଂଗଠନ ମଜଭୁତ ହେବା ଉପରେ ଆଲୋଚନା ହେବ ବୋଲି କହିଛନ୍ତି ତାରା ।
୨୦୧୯ରୁ ବର୍ତ୍ତମାନର ସଭାପତି ନିରଞ୍ଜନ ପଟ୍ଟନାୟକ ଇସ୍ତ୍ରଫା ଦେଇସାରିଲେଣି । ଏହାପରେ ପିସିସି ସଭାପତି ପରବର୍ତ୍ତନ ପାଇଁ ଅନେକ ଥର ଦାବି ଉଠିଲାଣି । ତେବେ ରାହୁଲ ଗାନ୍ଧିଙ୍କ ସହ ବିଧାୟକଙ୍କ ଆଲୋଚନା ପରେ ନୂଆ ସଭାପତି ନେଇ ଘୋଷଣା ହୋଇପାରେ ବୋଲି ଆଲୋଚନା ହେଉଛି ।