THE BYAPINI

ନୀଳଚକ୍ରର ମାହାତ୍ମ୍ୟ

Get real time updates directly on you device, subscribe now.

ଶ୍ରୀମନ୍ଦିରର ଶୀର୍ଷକୁ ଅନାଇଲେ ନୀଳଚକ୍ର ଉପରେ ଆଖି ଲାଖି ରହିଯାଏ । ବଡ଼ ଦେଉଳର ଉଚ୍ଚତା 214 ଫୁଟ୍ ହୋଇଥିବା ବେଳେ ନୀଳଚକ୍ରର ଉଚ୍ଚତା ହେଉଛି 15 ଫୁଟ୍। ଏହାର ବାହ୍ୟ ପରିଧି 36 ଫୁଟ୍। ଓଜନ ଦେଢ଼ କ୍ଵିଣ୍ଟାଲରୁ ଅଧିକ। ନୀଳଚକ୍ରରେ ରହିଛି 8ଟି ଅର ! ଲୁହା, ତମ୍ବା, ଟିଣ, ସୁନା, ରୂପା, ସୀସା, ଦସ୍ତା ଓ ପାରଦ ଭଳି ଅଷ୍ଟଧାତୁରେ ଏହା ନିର୍ମିତ। ସକାଳେ ନୀଳଚକ୍ର ଶ୍ୱେତବର୍ଣ୍ଣ ଧାରଣ କରିଥାଏ। ଦିନ ବଢ଼ିଲେ ଏହା ନୀଳ ବର୍ଣ୍ଣ ହୋଇଯାଏ । ସୂର୍ଯ୍ୟାସ୍ତରେ ଲୋହିତ ରଙ୍ଗରେ ଉଦଭାସିତ ହୋଇଥାଏ ନୀଳଚକ୍ର। ନୀଳମଣି ନାଗଙ୍କ ଠାରୁ ନୀଳବର୍ଣ୍ଣର ମଣି ଆଣି ଶିଳ୍ପୀଙ୍କ ଦ୍ଵାରା ଚକ୍ର ରୂପରେ ସ୍ଥାପିତ କରିଥିଲେ ଇନ୍ଦ୍ରଦ୍ୟୁମ୍ନ। ସେଥିପାଇଁ ଏହାକୁ ନୀଳଚକ୍ର ବୋଲି କୁହାଯାଏ। ନୀଳଚକ୍ର ହେଉଛି ବଜ୍ର ନିରାମକ। 1694 ମସିହାରେ ପ୍ରବଳ ଝଡ଼ ତୋଫାନ ଯୋଗୁଁ ନୀଳଚକ୍ର ଉପୁଡ଼ି ଯାଇଥିଲା। 1713 ରେ ପୁଣି ଏହା ସ୍ଥାପିତ ହୋଇଥିଲା । ଦଧିନଉତି ଉପରେ ଥିବା ଅଳା ଚକ୍ରରେ ନୀଳଚକ୍ର ସ୍ଥାପିତ ହୋଇଛି।

ସୂର୍ଯ୍ୟ ଦେବତା ପ୍ରଖର ଉତ୍ତାପ ହ୍ରାସ କରିବା ପାଇଁ ଜଗନ୍ନାଥଙ୍କୁ ପ୍ରାର୍ଥନା କରିଥିଲେ। ତେଣୁ ଜଗନ୍ନାଥ ମାୟା ଶକ୍ତି ବଳରେ ସୁଦର୍ଶନ, ତ୍ରିଶୂଳ ଓ ଚକ୍ର ଦ୍ଵାରା ସୂର୍ଯ୍ୟଙ୍କ ତେଜପୁଞ୍ଜକୁ ତିନି ଭାଗ କରିଥିଲେ। ନୀଳଚକ୍ର ଉପରେ 40 ଫୁଟର ବାଉଁଶ ସଂଯୁକ୍ତ ହୋଇଛି। ସେହି ବାଉଁଶରେ ପତିତପାବନ ବାନା ବନ୍ଧା ଯାଇଥାଏ। ଏହି ବାନା ନଥିଲେ, ଶ୍ରୀଜୀଉଙ୍କ ନିକଟରେ ଭୋଗ ଲାଗେ ନାହିଁ। ଯେତେବେଳେ ମହାପ୍ରଭୁଙ୍କ ନିକଟରେ ଭୋଗ ଲାଗେନି ସେତେବେଳେ ନୀଳଚକ୍ରରେ ଭୋଗ ଲାଗେ।

Get real time updates directly on you device, subscribe now.

Leave A Reply

Your email address will not be published.