THE BYAPINI

ବାସନ୍ଦ ବିରୋଧରେ ଆବେଦନ କରିବେ ଦୂତି

Get real time updates directly on you device, subscribe now.

ajab-Image

ନୂଆଦିଲ୍ଲୀ : ଦେଶର ଦ୍ରୁତତମ ଧାବିକା ଓଡ଼ିଶାର ଦୂତି ଚାନ୍ଦ ଦୌଡ଼କୁଦରୁ ୪ ବର୍ଷ ବାସନ୍ଦ ହୋଇଛନ୍ତି। ଡୋପିଙ୍ଗ୍‌ ବା ନିଷିଦ୍ଧ ଔଷଧ ସେବନ ଅପରାଧ ଯୋଗୁଁ ଦୂତିଙ୍କୁ ବାସନ୍ଦ କରାଯାଇଛି। ଚଳିତବର୍ଷ ଜାନୁଆରୀ ୩ ତାରିଖରୁ ୪ ବର୍ଷ ଲାଗି ଏହି ବାସନ୍ଦାଦେଶ ଲାଗୁହେବ ବୋଲି ଡ୍ରଗ୍‌ସ ନିରୋଧ ଶୃଙ୍ଖଳା ପ୍ୟାନେଲ (ଏଡିଡିପି)ର ଅଧ୍ୟକ୍ଷ ଚୈତନ୍ୟ ମହାଜନ ଘୋଷଣା କରିଛନ୍ତି। ଏବେ ଡ୍ରଗ୍ ନିରୋଧ ଅପିଲ ପ୍ୟାନେଲ (ଏଡିଏପି) ନିକଟରେ ତାଙ୍କ ବାସନ୍ଦ ବିରୋଧରେ ଆବେଦନ କରିବା ଲାଗି ଦୂତିଙ୍କ ପାଖରେ ୨୧ ଦିନ ସମୟ ରହିଛି।ଏ ନେଇ ଦୂତି ଚାନ୍ଦ କହିଛନ୍ତି ଯେ, ଛୁଟିରେ ଘରେ ଥିବାବେଳେ ଆହତ ହୋଇଥିବାରୁ ଫିଜିଓଙ୍କ ପରାମର୍ଶକ୍ରମେ ଉକ୍ତ ଔଷଧ ସେବନ କରିଥିଲି। ଗୋଟିଏ ନମୁନାରୁ ନିଷିଦ୍ଧ ଔଷଧ ସେବନର ମାତ୍ରା ଆସିଥିଲା।


୨୦୨୩ ଜାନୁଆରୀ ୩ରେ ମୋ ନିକଟକୁ ନାଡା ପକ୍ଷରୁ ଯେଉଁ ଚିଠି ଆସିଥିଲା ଏଥିରେ ୪ବର୍ଷ ବାସନ୍ଦ ନେଇ ଉଲ୍ଲେଖ କରାଯାଇଥିଲା। କେଉଁ କାରଣ ପାଇଁ ଉକ୍ତ ଔଷଧ ସେବନ କରିଥିଲ ବୋଲି ଉକ୍ତ ଚିଠିଲେ ଉଲ୍ଲେଖ କରାଯାଇଥିଲା। ବାସନ୍ଦ ବିରୁର୍ଦ୍ଧରେ ମୁଁ ନାଡାରେ ଆବେଦନ କରିଥିଲି। ଏବେ ଉକ୍ତ ବାସନ୍ଦାଦେଶକୁ କାଏମ ରଖାଯାଇଛି। ବାସନ୍ଦ ବିରୁଦ୍ଧରେ ୨୧ ଦିନ ମଧ୍ୟରେ ଆବେଦନ କରିବାର ସମୟ ରଖାଯାଇଛି। ମୁଁ ଓକିଲିଙ୍କ ସହ ପରାମର୍ଶ କରିଛି। ଏହା ଉପରେ ମୁଁ ଆବେଦନ କରିବି। ବାସନ୍ଦ କୋହଳ କରିବା ନେଇ ନାଡା କୋର୍ଟରେ ପୁନଃ ଆବେଦନ କରିବି। ଏଥିରେ କିଛି ସୁଫଳ ନମିଳିଲେ ସ୍ବିଜରଲାଣ୍ଡର କୋର୍ଟ ଅଫ ଆର୍ବିଟେସନ ଫର ସ୍ପୋର୍ଟସ(କ୍ୟାସ)ର ଦ୍ବାରସ୍ଥ ହେବି ବୋଲି ଦୂତି କହିଛନ୍ତି। ନାଡାର ଯାହା ନିୟମରହିଛି ଆମେ ଅବଗତ ନୁହେଁ। ମୁଁ ଔଷଧ ନିଜ ଇଛାରେ ଖାଇନଥିଲି। ଆହତ ହୋଇଥିବାରୁ ଫିଜିଓଙ୍କ ପରାମର୍ଶକ୍ରମେ ଉକ୍ତ ଔଷଧ ସେବନ କରିଥିଲି ବୋଲି ଦୂତି କହିଛନ୍ତି।

Get real time updates directly on you device, subscribe now.

Leave A Reply

Your email address will not be published.