୨୦୨୪ ଅଲମ୍ପିକ ପାଇଁ ସ୍ଥାନ ସୁନିଶ୍ଚିତ କଲେ ନିରଜ
ନୂଆଦିଲ୍ଲୀ: ଚୋପ୍ରା ସ୍ୱିଡେନର ବୁଡାପେଷ୍ଟରେ ଚାଲିଥିବା ବିଶ୍ୱ ଆଥଲେଟିକ୍ସ ଚମ୍ପିୟାନସିପରେ ଖୁବ ଭଲ ପ୍ରଦର୍ଶନ କରିଛନ୍ତି । ଏହି କ୍ରମରେ ନିରଜ ଜାଭେଲିନ୍ ଥ୍ରୋ ପ୍ରତିଯୋଗିତାରେ ଫାଇନାଲରେ ନିଜର ସ୍ଥାନ ବଜାୟ ରଖିଛନ୍ତି । ଟୋକିଓ ଅଲମ୍ପିକରେ ସ୍ୱର୍ଣ୍ଣ ପଦକ ହାସଲ କରିଥିବା ନିରଜ ସ୍ୱଡେନ୍ର ବୁଦାପେଷ୍ଟ ଠାରେ ନିଜର ପ୍ରଥମ ପ୍ରୟାସରେ ୮୮.୭୭ ମିଟର ଜାଭେଲିନ୍ ଥ୍ରୋ କରି ଫାଇନାଲ୍କୁ ପ୍ରବେଶ କରି ପୁଣି ଚର୍ଚ୍ଚାକୁ ଆସିଛି । ଅଗଷ୍ଟ ୨୭ରେ ଜାଭେଲିନ୍ ଥ୍ରୋ ପ୍ରତିଯୋଗିତାର ଫାଇନାଲ ରାଉଣ୍ଡ ଖେଳ ହେବ । ଏଥିସହିତ ନିରଜ ପ୍ୟାରିସ ଅଲମ୍ପିକ ୨୦୨୪ ପାଇଁ ସ୍ଥାନ ସୁନିଶ୍ଚିତ କରିଛନ୍ତି । ପ୍ୟାରିସ ଅଲମ୍ପିକ ଜୁଲାଇ ୨୬ରୁ ଅଗଷ୍ଟ ୧୧ ପର୍ଯ୍ୟନ୍ତ ଖେଳାଯିବ । ଏହି ପ୍ରତିଯୋଗିତାରେ ନିରଜଙ୍କ ବ୍ୟତୀତ ବିଶ୍ୱର ୩୭ଜଣ ଜାଭେଲିନ୍ ଥ୍ରୋ ଖେଳାଳି ଭାଗ ନେଉଛନ୍ତି । ନିରଜ ଚୋପ୍ରା ଗ୍ରୁପ-ଏରେ ସ୍ଥାନ ପାଇଛନ୍ତି । ସେହିପରି ଗ୍ରୁପ-ବିରେ ପାକିସ୍ତାନର ଅରଶନ ନଦିମ ଓ ଜ୍ୟାକବ ବାଡଲେଚ ଭଳି ଷ୍ଟାର ଖେଳାଳି ହୋଇଛନ୍ତି । ଜାଭେଲିନ୍ ଥ୍ରୋ ପ୍ରତିଯୋଗିତାରେ ଫାଇନାଲକୁ ଯିବା ପାଇଁ ୮୩ମିଟର ରଖାଯାଇଥିଲା ।