THE BYAPINI

ନୂଆ ସଂସଦ ଭବନରେ ପ୍ରଦର୍ଶିତ ହେବ ସନ୍ନି ଦେଓଲଙ୍କ ଗଦ୍ଦର ଫିଲ୍ମ

Get real time updates directly on you device, subscribe now.

ମୁମ୍ବାଇ: ବଲିଉଡ୍‌ ଷ୍ଟାର୍‌ ଏବଂ ଭାରତୀୟ ସାଂସଦ ସନ୍ନି ଦେଓଲଙ୍କ ‘ଗଦର-୨’ ବକ୍ସ ଅଫିସ୍‌ରେ ହଇଚଇ ସୃଷ୍ଟି କରିଛି । ସାରା ଦେଶରେ ଫିଲ୍ମକୁ ନେଇ ଚର୍ଚ୍ଚା ଜୋର ଧରିଥିବାବେଳେ ସାଂସଦ ଥିବା ସନ୍ନି ସେଓଲଙ୍କ ସହକର୍ମା ସାଂସଦମାନଙ୍କ ପାଇଁ ଫିଲ୍ମଟିକୁ ନୂଆ ସଂସଦ ଭବନରେ ସ୍କ୍ରିନିଂ କରାଯିବ ବୋଲି ଶୁଣିବାକୁ ମିଳୁଛି । ଏଭଳି ହେଲେ ନୂଆ ସାଂସଦ ଭବନର ପ୍ରଥମ ସିନେମା ଭାବରେ ଗଦ୍ଦର ପ୍ରଦର୍ଶିତ ହେବା ସହ ଆଉ ଏକ ରେକର୍ଡ ନିଜ ନାମରେ କରାଇବ ବୋଲି ଶୁଣିବାକୁ ମିଳୁଛି । ଏହି ଫିଲ୍କ ଟି ଦିନକୁ ଦିନ ଅଧିକରୁ ଅଧିକ ରୋଜଗାର କରିଚାଲିଛି । ବର୍ତ୍ତମାନ ଭାରତୀୟ ବକ୍ସ ଅଫିସରେ ୪୦୦ କୋଟି ଟଙ୍କାରୁ ଅଧିକ ରୋଜଗାର କରି ରେକର୍ଡ ପରେ ରେକର୍ଡ ସୃଷ୍ଟି କରିଚାଲିଛି ‘ଗଦର-୨’ । ଫିଳ୍ମଟି ପ୍ରଥମ ସପ୍ତାହରେ ୨୮୦ କୋଟି ଆୟ କରିଥିବାବେଳେ ଦ୍ୱିତୀୟ ସପ୍ତାହର ଆୟ ବାହୁବଳୀ, ‘ଦଙ୍ଗଲ’ ଓ ‘କଶ୍ମୀର ଫାଇଲ୍ସ’ ପରି ଫିଲ୍ମକୁ ପଛରେ ପକାଇ ଦେଇଛି । ‘ଗଦର-୨’ ଅଷ୍ଟମ ଦିନରେ ୩୦୦ କୋଟି ଟଙ୍କାର ଆୟ କରି ପ୍ରଥମେ ରେକର୍ଡ କରିଥିଲା । ଏତେ କମ୍‌ଦିନରେ ସନ୍ନି ଦେଓଲଙ୍କ ଫିଲ୍ମ ସବୁଠାରୁ ଅଧିକ ଆୟ କରିଥିବା ୧୦ଟି ଫିଲ୍ମ ତାଲିକାରେ ନାମ ଲେଖାଇ ସାରିଛି । ଗୁରୁବାରର ଆୟ ପରେ ଫିଲ୍ମରେ ଥିଏଟର୍‌ରେ ୨ ସପ୍ତାହ ପୂରା କରିଛି । ୧୪ ଦିନ ମ୍ମରେ ‘ଗଦର-୨’ର କଲେକ୍ସନ ଭାରତରେ ୪୧୯ କୋଟି ଟଙ୍କା ହୋଇଛି । ଏହି ଫିଲ୍ମଟି କଳାକାରମାନଙ୍କ ପରି ନିର୍ଦ୍ଦେଶକ ଅନିଲ ଶର୍ମାଙ୍କ କ୍ୟାରିୟର୍‌ର ବି ସବୁଠାରୁ ସଫଳତମ ଫିଲ୍ମ ହୋଇସାରଛି ।

Get real time updates directly on you device, subscribe now.

Leave A Reply

Your email address will not be published.