THE BYAPINI

ଖୁବ୍‌ଶୀଘ୍ର ମିଳିବ ସାହାରା ଇଣ୍ଡିଆର ଦ୍ୱିତୀୟ କିସ୍ତି ଟଙ୍କା

Get real time updates directly on you device, subscribe now.

ନୂଆଦିଲ୍ଲୀ : ସାହାରା ଇଣ୍ଡିଆରେ ଟଙ୍କା ଜମା ରଖି ଫସିଯାଇଥିବା ଲୋକଙ୍କ ପାଇଁ ଖୁସି ଖବର । ସେମାନଙ୍କର ଟଙ୍କା ଆସିବା ପ୍ରକ୍ରିୟା ଆରମ୍ଭ ହୋଇଛି । କେନ୍ଦ୍ର ସରକାର ଏଥିପାଇଁ ଗତ ୧୮ ଜୁଲାଇରେ ସାହାରା ରିଫଣ୍ଡ୍‌ ପୋର୍ଟାଲ ଆରମ୍ଭ କରିଥିଲେ । ଯେଉଁମାନେ ନିବେଶକମାନେ ଏହି ପୋର୍ଟାଲ ଜରିଆରେ ଅର୍ଥ ଫେରସ୍ତ ଦାବି କରିଥିଲେ ସେମାନଙ୍କୁ ପ୍ରଥମ କିସ୍ତି ଅର୍ଥ ପ୍ରଦାନ କରାଯାଉଛି । ଚଳିତମାସ ପହିଲାରେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା ସାହାରାର ନିବେଶକଙ୍କ ପ୍ରଥମ କିସ୍ତି ଅର୍ଥ ଫେରସ୍ତ ବ୍ୟବସ୍ଥାର ଶୁଭାରମ୍ଭ କରିଥିଲେ । ତେବେ ଏହାର ଦ୍ୱିତୀୟ କିସ୍ତି ଅର୍ଥ ଖୁବ୍‌ ଶୀଘ୍ର ଆସିବ । ଅର୍ଥାତ୍‌ ସରକାର ସାହାରା ରିଫଣ୍ଡ୍‌ର ଦ୍ୱିତୀୟ କିସ୍ତି ଅର୍ଥ ଖୁବ୍‌ ଶୀଘ୍ର ନିବେଶକଙ୍କୁ ଫେରାଇବାକୁ ଯାଉଛନ୍ତି । ବର୍ତ୍ତମାନ ପର୍ଯ୍ୟନ୍ତ, ପ୍ରାୟ ୨୦ ଲକ୍ଷ ଲୋକ ସିଆରସିଏସ୍‌-ସାହାରା ରିଫଣ୍ଡ ପୋର୍ଟାଲ ମାଧ୍ୟମରେ ଆବେଦନ କରିଛନ୍ତି । ଯେଉଁମାନଙ୍କର ଟଙ୍କା ସାହାରାର ଯୋଜନାରେ ଅଟକି ରହିଛି, ସେମାନେ ଟଙ୍କା ଫେରସ୍ତ ପାଇବା ପାଇଁ ଏହି ପୋର୍ଟାଲ ମାଧ୍ୟମରେ ଆବେଦନ କରିପାରିବେ । ଏହି ପୋର୍ଟାଲ ମାଧ୍ୟମରେ ପ୍ରଥମ ପର୍ଯ୍ୟାୟରେ ୧.୭ କୋଟି ନିବେଶକ ୧୦,୦୦୦ ଟଙ୍କା ପର୍ଯ୍ୟନ୍ତ ଫେରସ୍ତ ପାଇବେ । ଏଥିପାଇଁ ୫୦୦୦ କୋଟି ଟଙ୍କାର ପାଣ୍ଠି ଗ୍ରହଣ କରାଯାଇଥିଲା । ପ୍ରଥମ ପର୍ଯ୍ୟାୟରେ, ଅଗଷ୍ଟ ୪ରେ, କେବଳ ୧୧୨ ଜଣଙ୍କୁ ସରକାର ଅର୍ଥ ପେମେଣ୍ଟ କରିଛନ୍ତି । ଏଥିସହିତ, ଏହି ପୋର୍ଟାଲ ମାଧ୍ୟମରେ ଏପର୍ଯ୍ୟନ୍ତ ୨୦ ଲକ୍ଷରୁ ଅଧିକ ଲୋକ ଆବେଦନ କରିଛନ୍ତି । ପ୍ରଥମ ପର୍ଯ୍ୟାୟରେ ପ୍ରାୟ ୧୧,୨୦,୦୦୦ ଟଙ୍କା ନିବେଶକଙ୍କୁ ଫେରସ୍ତ କରାଯାଇଛି । ଏହାର ଦ୍ୱିତୀୟ କିସ୍ତି ଖୁବ୍‌ ଶୀଘ୍ର ଜାରି ହେବାକୁ ଯାଉଛି । ଲୋକଙ୍କ ପାଇଁ ପ୍ରଥମ କିସ୍ତି ଭାବରେ କେବଳ ୧୦,୦୦୦ ଟଙ୍କା ଫେରସ୍ତ କରାଯାଇଥିଲା । ବାକି ଟଙ୍କା ମଧ୍ୟ ଖୁବ ଶୀଘ୍ର ପ୍ରଦାନ କରାଯିବ । ଏହାର ଦ୍ୱିତୀୟ କିସ୍ତି ସେପ୍‌ଟେମ୍ବରରେ ଜାରି କରାଯିବ ।

Get real time updates directly on you device, subscribe now.

Leave A Reply

Your email address will not be published.