ନୂଆଦିଲ୍ଲୀ: ଚନ୍ଦ୍ରରେ ବିଚରଣ କରୁଥିବା ରୋଭର ପ୍ରଜ୍ଞାନ ଗାତରେ ପଡିବା ପୂର୍ବରୁ ଏହାର ବାଟ ବଦଳାଇ ଦେଇଥିବାରୁ ଦୁର୍ଘଟଣାରୁ ବର୍ତ୍ତି ଯାଇଛି । ଲ୍ୟାଣ୍ଡର ବିକ୍ରମରୁ ଅଲଗା ହେବା ପରେ ଚନ୍ଦ୍ରରେ ତଥ୍ୟ ସଂଗ୍ରହ କରୁଥିବା ପ୍ରଜ୍ଞାନ କିଛି ବାଟ ଯିବା ପରେ ହଠାତ୍ ତାର ଚଲାପଥରେ ୪ ମିଟର ବ୍ୟାସ ବିଶିଷ୍ଟ ଗାତ ଥିବା ଜାଣିବାକୁ ପାଇଥିଲା । ତେବେ ଗାତର ୩ ମିଟର ଆଗରୁ ପ୍ରଜ୍ଞାନ ଏ ସମ୍ପର୍କରେ ଜାଣିପାରି ଲ୍ୟାଣ୍ଡର ବିକ୍ରମକୁ ସୂଚନା ଦେଇଥିଲା । ଏହାପରେ ତା’ର ନିର୍ଦ୍ଧାରିତ ପଥକୁ ବଦଳାଇ ଦିଆଯାଇଥିଲା । ଗାତ ଥିବାରୁ ପ୍ରଜ୍ଞାନ ଏବେ ବାଟ ବଦଳାଇ ନୂଆ ଦିଗରେ ଯାଉଥିବା ଇସ୍ରୋ ପକ୍ଷରୁ ଟ୍ୱିଟ କରି ସୂଚନା ଦିଆଯାଇଛି ।