ମିଶନ ସୂର୍ଯ୍ୟ: ସେପ୍ଟେମ୍ବର ୨ରେ ଶ୍ରୀହରିକୋଟାରୁ ଲଞ୍ଚ ହେବ ଆଦିତ୍ୟ ଏଲ-ୱାନ୍
ନୂଆଦିଲ୍ଲୀ: ମିଶନ ସୂର୍ଯ୍ୟ ଅଧିନରେ ସେପ୍ଟେମ୍ବର ୨ରେ ଶ୍ରୀହରିକୋଟାରୁ ଲଞ୍ଚ ହେବ ଆଦିତ୍ୟ ଏଲ-ୱାନ୍ । ଏହି ମହାକାଶଯାନକୁ ସୌର କୋରୋନା ଏବଂ ଏଲ୍-୧ରେ ସୌର ପବନର ସ୍ଥିତି ନିରୀକ୍ଷଣ ପାଇଁ ଡିଜାଇନ୍ କରାଯାଇଛି । ଲାଙ୍ଗ୍ରେଜ୍ ପଏଣ୍ଟରେ ରହି ସୌର ପ୍ରବାହର ଅନୁଧ୍ୟାନ କରିବ ଆଦିତ୍ୟ ଏଲ୍-ୱାନ୍ । ସୂର୍ଯ୍ୟ ଓ ପୃଥିବୀ ମଧ୍ୟସ୍ଥ ଏକ ସ୍ଥାନ, ଯାହା ପୃଥିବୀଠାରୁ ୧୫ ଲକ୍ଷ କିମି ଦୂରରେ ରହିଛି । ଏହି ପଏଣ୍ଟରେ ଉଭୟଙ୍କର ମାଧ୍ୟାକର୍ଷଣ ଶକ୍ତି ପ୍ରାୟ ସମାନ । ଏଥିସହିତ ଲାଙ୍ଗ୍ରେଜ୍ ପଏଣ୍ଟରେ ଗ୍ରହଣର କୌଣସି ପ୍ରଭାବ ନଥାଏ । ଏହି ସ୍ଥାନରୁ ସୂର୍ଯ୍ୟଙ୍କୁ ବିନା କୌଣସି ବାଧାରେ ଦେଖି ହେବ ।
ସୂର୍ଯ୍ୟର ଅଧ୍ୟୟନ ପାଇଁ ଏହା ପ୍ରଥମ ଉତ୍ସର୍ଗୀକୃତ ଭାରତୀୟ ମହାକାଶ ଅଭିଯାନ ହେବ । ଆଦିତ୍ୟ-ଏଲ୍ୱାନ୍ ମିଶନର ଲକ୍ଷ୍ୟ ହେଉଛି ଏଲ୍-ୱାନ୍ ର କକ୍ଷରୁ ସୂର୍ଯ୍ୟର ଅଧ୍ୟୟନ କରିବା । ଆଦିତ୍ୟ ମିଶନ ମହାକାଶଯାନ ସାଙ୍ଗରେ ୭ଟି ପେଲୋଡ୍ ନେଇ ଯିବ ଯାହା ଫଟୋଗ୍ରାଫି, କ୍ରୋମୋସ୍ଫିୟର (ସୂର୍ଯ୍ୟ ଦୃଶ୍ୟମାନ ପୃଷ୍ଠର ଉପର ସ୍ତର) ଏବଂ ସୂର୍ଯ୍ୟର ସବୁଠୁ ବାହ୍ୟ ସ୍ତରକୁ ବିଭିନ୍ନ ୱେଭ୍ ବ୍ୟାଣ୍ଡରେ ନିରୀକ୍ଷଣ ସହାୟକ ହେବେ ।