ନୂଆଦିଲ୍ଲୀ: ଘରୋଇ ବ୍ୟବହାର ପାଇଁ ଉଦ୍ଦିଷ୍ଟ ୧୪.୨ କିଲୋ ଓଜନ ବିଶିଷ୍ଟ ଲିକ୍ୱିଡ୍ ପେଟ୍ରୋଲିୟମ ଗ୍ୟାସ୍ (ଏଲପିଜି) ସିଲିଣ୍ଡରର ମୂଲ୍ୟ ହ୍ରାସ ପରେ ଏବେ କମର୍ସିଆଲ୍ ଗ୍ୟାସ ସିଲିଣ୍ଡରର ଦର ହ୍ରାସ ପାଇଛି । ଗତ ମଙ୍ଗଳବାର ଦିନ ଘରୋଇ ସିଲିଣ୍ଡରର ମୂଲ୍ୟ ୨୦୦ଟଙ୍କା ହ୍ରାସ ଘୋଷଣା କରିଥିବା କେନ୍ଦ୍ର ସରକାର ଆଜି ବ୍ୟବସାୟୀକ ଗ୍ୟାସ୍ ସିଲିଣ୍ଡରର ଦର ହ୍ରାସ କରିଛନ୍ତି । ୧୯ କେଜି କମର୍ସିଆଲ୍ ଗ୍ୟାସ ସିଲିଣ୍ଡରର ମୂଲ୍ୟ ୧୫୮ ଟଙ୍କା ହ୍ରାସ କରାଯାଇଥିବା ସୂଚନା ମିଳିଛି । ଏହା ସେପ୍ଟେମ୍ବର ପହିଲା ଅର୍ଥାତ ଆଜିଠାରୁ ଲାଗୁ ହେବ । କମର୍ସିଆଲ୍ ଗ୍ୟାସ ସିଲିଣ୍ଡରର ମୂଲ୍ୟ ୧୫୮ ଟଙ୍କା ହ୍ରାସ ପାଇବା ପରେ ଦିଲ୍ଲୀରେ ୧୬୮୦ ଟଙ୍କା ବଦଳରେ ସିଲିଣ୍ଡରର ମୂଲ୍ୟ ୧୫୨୨.୫୦ ଟଙ୍କା ରହିଛି । କୋଲକାତାରେ ଆଜିଠାରୁ ସିଲିଣ୍ଡର ୧୮୦୨.୫୦ ଟଙ୍କା ବଦଳରେ ୧୬୩୬ ଟଙ୍କାରେ ଉପଲବ୍ଧ ହେବ । ସେହିଭଳି ମୁମ୍ବାଇରେ ଏହାର ମୂଲ୍ୟ ୧୬୪୦.୫୦ ଟଙ୍କା ଥିଲା । ଏବେ ଏହା ୧୪୮୨ ଟଙ୍କାକୁ ଖସି ଆସିଛି ।