THE BYAPINI

କଟକଣା ଲଗାଇଲେ ସରକାର, ଏଣିକି ଆନ୍ଧ୍ର ବିଇଡି ପାଇଁ ୭୫% ଉପସ୍ଥାନ ବାଧ୍ୟତାମୂଳକ

Get real time updates directly on you device, subscribe now.

ଭୁବନେଶ୍ୱର: ଆନ୍ଧ୍ରପ୍ରଦେଶ ସରକାର ତାଙ୍କ ରାଜ୍ୟର ବିଇଡି ଶିକ୍ଷାରେ ଚଳିତବର୍ଷ ଠାରୁ ଅନେକ ସଂସ୍କାରମୂଳକ ପଦକ୍ଷେପ ଗ୍ରହଣ କରିଛନ୍ତି । ଆନ୍ଧ୍ରର ବିଭିନ୍ନ ବିଇଡି ଶିକ୍ଷାନୁଷ୍ଠାନରେ ନାମ ଲେଖାଉଥିବା ପିଲାମାନଙ୍କର ନିୟମିତ କ୍ଲାସ ଉପସ୍ଥାନ ଅତକମ୍‌ରେ ୭୫ % ହେବା ବାଧ୍ୟତାମୂଳକ ହେବ । ନିୟମର କଡାକଡି ପାଳନ ପାଇଁ ଆନ୍ଧ୍ର ଉଚ୍ଚ଼ଶିକ୍ଷା ବିଭାଗ ଶିକ୍ଷାନୁଷ୍ଠାନଗୁଡିକୁ ନିର୍ଦ୍ଦେଶ ଦେଇଛି । ଏହାର ସିଧାସଳଖ ପ୍ରଭାବ ଓଡ଼ିଶାରେ ଅନେକ ପିଲାଙ୍କ ଉପରେ ପଡିବାକୁ ଯାଉଛି । ଆନ୍ଧ୍ରରେ ଓଡିଶା ପିଲାଙ୍କ ବିଇଡି ଅଧ୍ୟୟନ ଉପରେ କଟକଣା ପରେ ନିୟମିତ ଉପସ୍ଥାନ ଏବେ ଆଶାୟୀଙ୍କ ପାଇଁ ଚିନ୍ତାର କାରଣ ସାଜିଛି । କାରଣ ଓଡିଶାର ଛାତ୍ରଛାତ୍ରୀ ସେଠାରେ କେବଳ ପରୀକ୍ଷା ଦେବାକୁ ଯାଉଥିବାବେଳେ ଏବେ ସେମାନେ ବିନା ଉପସ୍ଥାନରେ କିପରି ପରୀକ୍ଷା ଦେବେ ତାହା ଏବେ ଏକ ପ୍ରଶ୍ନବାଚୀ ।
ଆନ୍ଧ୍ର ପ୍ରଦେଶର ମୋଟ୍‌ ୩୭୪ ବିଇଡି କଲେଜର ତାଲିକା ପ୍ରକାଶିତ ହୋଇଥିବାବେଳେ ବିଇଡି ପାଠ୍ୟକ୍ରମର ମୂଲ୍ୟ ୨୦୨୩ ମସିହା ଲାଗି ୧୨ ହଜାରରୁ ୧୫ ହଜାର ଟଙ୍କା ମଧ୍ୟରେ ନିର୍ଦ୍ଧାରିତ କରାଯାଇଛି । ହେଲେ ଓଡିଶାର ଛାତ୍ରଛାତ୍ରୀ ସେଠାରେ ଲକ୍ଷାଧିକ ଟଙ୍କାରେ ନାମ ଲେଖାଉଛନ୍ତି । ଆନ୍ଧ୍ରର ଶିକ୍ଷାନୁଷ୍ଠାନ ଓ ପିଲାଙ୍କ ମଧ୍ୟରେ ସମ୍ପୃକ୍ତ କେନ୍ଦ୍ରଗୁଡିକ ମଧ୍ୟସ୍ତିଭାବେ କାର୍ଯ୍ୟ କରୁଛନ୍ତି । ଏଥି ପାଇଁ ସେମାନେ ପିଲାଙ୍କଠାରୁ ଧାର୍ଯ୍ୟ ମୂଲ୍ୟଠାରୁ ବହୁଗୁଣା ଅଧିକ ଅର୍ଥ ଆଦାୟ କରୁଛନ୍ତି । ସରକାରଙ୍କ ଏହି ନୂତନ ନିର୍ଦ୍ଦେଶନାମା ପରେ ଓଡିଶା ପିଲାଙ୍କର ନାମଲେଖା ଆଶା କ୍ଷୀଣ ହୋଇଯାଇଛି । ଅନ୍ୟପକ୍ଷରେ ଆନ୍ଧ୍ର ସରକାରଙ୍କ ଏହି ନିଷ୍ପତ୍ତିକୁ ଶିକ୍ଷାବିତମାନେ ସ୍ୱାଗତ କରିଛନ୍ତି । ବିଇଡି ଓ ଏମଇଡି ଭଳି ଶିକ୍ଷା ଆଦୌ ଡିସଣ୍ଟାସ୍‌ ମୋଡ୍‌ରେ ଦିଆଯିବା ଉଚିତ ନୁହଁ ବରଂ ସମସ୍ତ ବିଶ୍ୱବିଦ୍ୟାଳୟଗୁଡିକ ଏଦିଗରେ ପଦକ୍ଷେପ ନେଲେ ବିଇଡି ଶିକ୍ଷାର ଗୁଣବତ୍ତା ବଢ଼ିପାରନ୍ତା ବୋଲି ଶିକ୍ଷାବିତ୍‌ ମାନେ ମତପୋଷଣ କରିଛନ୍ତି ।

Get real time updates directly on you device, subscribe now.

Leave A Reply

Your email address will not be published.