THE BYAPINI

ତାଳଚେର ବିଧାୟକଙ୍କ ଅଫିସ୍‌ ହତାରେ ବୋମା

Get real time updates directly on you device, subscribe now.

ତାଳଚେର: ଆଜି ସକାଳେ ତାଳଚେରର ବିଜେଡି ବିଧାୟକ ବ୍ରଜ କିଶୋର ପ୍ରଧାନଙ୍କ ଅଫିସ୍‌ ହତା ଭିତରୁ ଏକ ବୋମା ଉଦ୍ଧାର ହୋଇଛି । ତାଳଚେର ନନ୍ଦିରା ଭରତପୁରସ୍ଥିତ କ୍ୟାମ୍ପ ନିକଟସ୍ଥ ଗେଟ ପାଖରେ ବିଧାୟକଙ୍କ ସମର୍ଥନମାନେ ଏହି ବୋମାକୁ ଦେଖିଥିଲେ । ତେବେ ଏହି ବୋମା କିଏ ଓ କାହିଁକି ରଖିଚି ତାକୁ ନେଇ ଏବେ ସନ୍ଦେହ ସୃଷ୍ଟି ହେଉଛି । ତେବେ ପୁଲିସ ଘଟଣାସ୍ଥଳରେ ପହଞ୍ଚି ଘଟଣାର ଯାଂଚ କରୁଛି । ସେଠାରେ ପୁଲିସ୍‌ ସ୍ଥାନୀୟ ଲୋକଙ୍କୁ ପଚରାଉଚରା କରିବା ସହ ଘଟଣାର ତଦନ୍ତ କରୁଛି । କୌଣସି କୁଚକ୍ରୀ ଗୋଷ୍ଠୀ ଏପରି କରିଥିବା ତାଳଚେର ବିଧାୟକ କହିଛନ୍ତି ।
ବୋମାଟିକୁ ନିଷ୍କ୍ରୟ କରିବା ପାଇଁ ବମ୍‌ ସ୍କ୍ୱାର୍ଡକୁ ଖବର ଦିଆଯାଇଛି । କୁହାଯାଉଛି ଯେ ସାଇଣ୍ଟିଫିକ୍‌ ଟିମ୍‌ କିମ୍ବା ବମ୍‌ ସ୍କ୍ୱାର୍ଡ ଆସିଲେ ପ୍ରକୃତରେ ଏହା ଏକ ଟାଇମ ବମ କି ଖେଳଣା ତାହା ସ୍ପଷ୍ଟ ହେବ ।
କୁହାଯାଉଛି ଯେ ବିଜେଡ଼ିର ବିଧାୟକ ବ୍ରଜ କିଶୋର ପ୍ରଧାନ ଲଗାତାର ଚାରି ଚାରି ଥର ବିଧାୟକ ହେବା ପରେ ସେ ବର୍ତ୍ତମାନ ବିଧାୟକ ହିସାବରେ ଆଇକନ ପାଲଟି ଯାଇଛନ୍ତି । ତେଣୁ ଏହି ଘଟଣାରେ ବିରୋଧୀଙ୍କ ହାତ ବି ଥାଇପାରେ ବୋଲି ସନ୍ଦେହ କରାଯାଉଛି ।

Get real time updates directly on you device, subscribe now.

Leave A Reply

Your email address will not be published.