THE BYAPINI

ଦିଲ୍ଲୀ ଓ ବାଙ୍ଗାଲୋରରେ ଖୋଲିବ ନିମନ୍ତ୍ରଣ ହୋଟେଲ

Get real time updates directly on you device, subscribe now.

ଭୁବନେଶ୍ୱର: ଖୁବ୍‌ ଶୀଘ୍ର ଦିଲ୍ଲୀ ଓ ବାଙ୍ଗାଲୁରୁ ଭଳି ମେଟ୍ରୋ ସିଟିରେ ଖୋଲିବାକୁ ଯାଉଛି ଓଟିଡିସି ଦ୍ୱାରା ପରିଚାଳିତ ହୋଟେଲ ନିମନ୍ତ୍ରଣ । ଏଣିକି ଦିଲ୍ଲୀ ଓ ବାଙ୍ଗାଲୁରୁରେ ରହୁଥିବା ଓଡ଼ିଆ ଲୋକଙ୍କ ସହିତ ସେଠାକାର ଲୋକମାନେ ମଧ୍ୟ ସମ୍ପୂର୍ଣ୍ଣ ଦେଶୀ ଓଡ଼ିଆ ଖାଦ୍ୟ ଖାଇବାର ସୁଯୋଗ ପାଇବେ । ମେଟ୍ରୋ ସିଟିରେ ଓଡ଼ିଆ ପାରମ୍ପରିକ ଖାଦ୍ୟ ଯୋଗାଇ ଦେବାପାଇଁ ଓଟିଡିସି ଖୋଲିବାକୁ ଯାଉଛି ନିମନ୍ତ୍ରଣ ରେଷ୍ଟୁରାଣ୍ଟ । ଏଠାରେ ଓଡିଆ ଖାଦ୍ୟ ସହିତ ପିଠାପଣା ମଧ୍ୟ ଉପଲବ୍ଧ ହେବ । ପର୍ଯ୍ୟଟନର ବିକାଶ ସାଙ୍ଗକୁ ଓ ପାରମ୍ପରିକ ଖାଦ୍ୟରେ ବିଶ୍ୱରେ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଛି ଓଡିଶା । ଦୁବାଇ, ସିଙ୍ଗାପୁର ଓ ବ୍ୟଙ୍କକକକୁ ଯୋଗାଯୋଗ ପରେ ଓଡିଶା ମୁହାଁ ହେଲେଣି ବିଦେଶୀ ପର୍ଯ୍ୟଟକ । ଆସନ୍ତା ୫ ବର୍ଷରେ ୨୦ରୁ ୩୦ କୋଟି ଲାଭ କରିବାକୁ ଓଟିଡିସି ଲକ୍ଷ୍ୟ ରଖିଛି ବୋଲି ଭୁବନେଶ୍ୱର ପାନ୍ଥନିବାସରେ ଓଡିଶା ପର୍ଯ୍ୟଟନ ଉନ୍ନୟନ ନିଗମର ୪୪ ତମ ପ୍ରତିଷ୍ଠା ଦିବସରେ ଏହାର ଅଧ୍ୟକ୍ଷ ପ୍ରକାଶ କରିଛନ୍ତି ।
ଓଡ଼ିଶାରେ ମଧ୍ୟ ଏବେ ବର୍ଷକୁ ବାରମାସ ମିଳିବାକୁ ଯାଉଛି ପାନ୍ଥନିବାସରେ ବର୍ଷକୁ ଥରେ ରଜ ବେଳେ ମିଳୁଥିବା ପିଠା ଆଇଟମ । ଖୁବଶୀଘ୍ର ରାଜ୍ୟର ବିଭିନ୍ନ ପାନ୍ଥନିବାସରେ ସ୍ୱତନ୍ତ୍ର ଆଉଟଲେଟ ଖୋଲିବ ଓଡ଼ିଡିସି । ରାଜ୍ୟରେ ପୂର୍ଣାଙ୍ଗ ପର୍ଯ୍ୟଟନ କ୍ଷେତ୍ରର ବିକାଶ ପାଇଁ ବିଭିନ୍ନ ପଦକ୍ଷେପ ହାତକୁ ନିଆଯଇଛି । ଧୀରେ ଧୀରେ ଓଡ଼ିଶା ପ୍ରତି ବିଦେଶୀ ପର୍ଯ୍ୟଟକଙ୍କର ଆଗ୍ରହ ବଢ଼ୁଥିବାର ଦେଖିବାକୁ ମିଳୁଛି । ବର୍ତ୍ତମାନ ଓଡ଼ିଶା ପିଲିଗ୍ରିମ ପର୍ଯ୍ୟଟନସ୍ଥଳୀ ସହ ଆଡଭେଞ୍ଚର ଟୁରିଷ୍ଟ ପ୍ଲେସରେ ମଧ୍ୟ ପରିଣତ ହୋଇଛି ବୋଲି ଓଟିଡିସି ଅଧ୍ୟକ୍ଷ କହିଛନ୍ତି । ଆନ୍ତଜାତୀୟ ବିମାନସେବା ଯୋଗୁଁ ବିଦେଶୀ ପର୍ଯ୍ୟଟଙ୍କ ସଂଖ୍ୟା ବୃଦ୍ଧି ପାଇଛି । ବିଦେଶୀ ପର୍ଯ୍ୟଟକ ସଂଖ୍ୟାରେ ୮୭୫ ପ୍ରତିଶତ ବୃଦ୍ଧି ପାଇଥିବାବେଳେ ଘରୋଇ ପର୍ଯ୍ୟଟକଙ୍କ ସଂଖ୍ୟା ୧୧୦ ପ୍ରତିଶତ ବୃଦ୍ଧି ପାଇଛି । ଏହାସହ ବିଭିନ୍ନ ଜିଲ୍ଲାରେ ଥିବା ପାନ୍ଥନିବାସକୁ ଅଧୁନିକୀକରଣ କରାଯାଇଛି । ଗୋଲଡେନ ଟ୍ରାଏଙ୍ଗଲ, ଇକୋ ରିଟ୍ରିଟ, ଆଡଭେଞ୍ଚର ଟୁରିଷ୍ଟ ପ୍ଲେସ, ବୋଟ କ୍ଲବ ଯୋଗୁଁ ରାଜ୍ୟରେ ପର୍ଯ୍ୟଟକଙ୍କ ସଂଖ୍ୟା ବୃଦ୍ଧି ପାଇଛି । ଉଭୟ ବିଦେଶୀ ଓ ଦେଶ ଭିତରେ ଥିବା ପର୍ଯ୍ୟଟକ ମାନେ ଓଡ଼ିଶାରେ ବୁଲିବାକୁ ବେଶ ପସନ୍ଦ କରୁଥିବା ଜଣାପଡିଛି ।

Get real time updates directly on you device, subscribe now.

Leave A Reply

Your email address will not be published.