THE BYAPINI

ମହିଳା କର୍ମଚାରୀଙ୍କ ପାଇଁ ଏମ୍‌ସରେ ଖୋଲିଲା କ୍ରେଚ୍‌

Get real time updates directly on you device, subscribe now.

ଭୁବନେଶ୍ୱର: ମହିଳା କର୍ମଚାରୀମାନଙ୍କୁ ଚାପ ମୁକ୍ତ ଭାବରେ କାମ କରିବାରେ ସହଯୋଗ କରିବା ପାଇଁ ରାଜ୍ୟର ପ୍ରଥମ ଡାକ୍ତରଖାନା ଭାବେ ଭୁବନେଶ୍ୱର ଏଏମ୍‌ସ ପରିସରରେ ଶିଶୁମାନଙ୍କ ପାଇଁ କ୍ରେଚ୍‌ ଉଦ୍‌ଘାଟିତ ହୋଇଯାଇଛି । ରାଜ୍ୟର ପ୍ରଥମ ଡାକ୍ତରଖାନା ଭାବେ ଭୁବନେଶ୍ୱରର ଏମ୍‌ସ ଉଦାହରଣ ସୃଷ୍ଟି କରିଛି । କ୍ରେଚ୍‌ ଉଦ୍‌ଘାଟନ କରି ଭୁବନେଶ୍ୱର ଏମ୍‌ସ କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ପ୍ରଫେସର ଆଶୁତୋଷ ବିଶ୍ୱାସ କହିଛନ୍ତି ଯେ ଏଠାରେ ପ୍ରାୟ ୪୫ ପ୍ରତିଶତରୁ ଅଧିକ ମହିଳା କର୍ମଚାରୀ ଅଛନ୍ତି । କେବଳ ମହିଳା ଫାକଲ୍‌ଟି ପ୍ରାୟ ୩୩ ପ୍ରତିଶତ ରହିଛନ୍ତି । ଏଠାରେ କାର୍ଯ୍ୟରତ ଡାକ୍ତର ହୁଅନ୍ତୁ କି ନର୍ସ, ସମସ୍ତେ ରୋଗୀଙ୍କୁ ଶତ ପ୍ରତିଶତ ନିଷ୍ଠା ସହ ସେବା ଦେଇଥାଆନ୍ତି । କିନ୍ତୁ ଯେତେବେଳେ ସେମାନେ ଘରେ ଶିଶୁ ସନ୍ତାନଙ୍କୁ ଛାଡ଼ି ଆସନ୍ତି, ସ୍ୱାଭାବିକ ଭାବେ ମାନସିକସ୍ତରରେ ଭାରାକ୍ରାନ୍ତ ଥାଆନ୍ତି । ତେଣୁ ସେମାନଙ୍କୁ ଚାପମୁକ୍ତ କରିବା ପାଇଁ ଏମ୍‌ସରେ ୍େ‌କ୍ରଚ୍‌ ବ୍ୟବସ୍ଥା କରାଯାଇଛି । ବର୍ତ୍ତମାନ ଏଠାରେ ୬ ମାସରୁ ୧୦ ବର୍ଷ ପର୍ଯ୍ୟନ୍ତ ୩୦ ଜଣ ଶିଶୁଙ୍କ ରହିବା ପାଇଁ ବ୍ୟବସ୍ଥା କରାଯାଇଛି । ସକାଳ ସାଢେ଼ ସାତ ଟାରୁ ଅପରାହ୍ନ ୧ ଟା ଏବଂ ଅପରାହ୍ଣ ସାଢେ଼ ୧ରୁ ସନ୍ଧ୍ୟା ସାଢେ଼ ୭ଟା ପର୍ଯ୍ୟନ୍ତ ଶିଶୁମାନଙ୍କୁ କ୍ରେଚ୍‌ରେ ରଖାଯିବାର ବ୍ୟବସ୍ଥା କରାଯାଇଛି ।
ଶିଶୁମାନଙ୍କ ପାଇଁ ଏଠାରେ ସମସ୍ତ ପ୍ରକାର ଆମୋଦପ୍ରମୋଦ ବ୍ୟବସ୍ଥା ସହିତ ଯତ୍ନ ନେବା ପାଇଁ କର୍ମଚାରୀ ନିୟୋଜିତ ଅଛନ୍ତି ।

Get real time updates directly on you device, subscribe now.

Leave A Reply

Your email address will not be published.