THE BYAPINI

‘ଇଣ୍ଡିଆ’ ଜିଣିବା ଜରୁରୀ ନଚେତ ସମଗ୍ର ଦେଶ ମଣିପୁର, ହରିୟାନା ପାଲଟିଯିବ: ଏମ୍‌. କେ. ଷ୍ଟାଲିନ୍‌

Get real time updates directly on you device, subscribe now.

ଚେନ୍ନାଇ: ତାମିଲନାଡୁର ମୁଖ୍ୟମନ୍ତ୍ରୀ ତଥା ‘ଡିଏମ୍‌କେ’ ଅଧ୍ୟକ୍ଷ ଏମ୍‌କେ ଷ୍ଟାଲିନ୍‌ ‘ସ୍ପିକିଙ୍ଗ୍‌ ଫର୍‌ ଇଣ୍ଡିଆ’ ନାମରେ ନିଜ ‘ପଡ୍‌କାଷ୍ଟ୍‌’ ଆରମ୍ଭ କରିଛନ୍ତି । ତାଙ୍କ ‘ପଡ୍‌କାଷ୍ଟ୍‌ ସିରିଜ୍‌’ର ପ୍ରଥମ ସଂସ୍କରଣରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ କଡା ସମାଲୋଚନା କରି ସମଗ୍ର ଭାରତକୁ ମଣିପୁର ଓ ହରିୟାଣା ନ କରାଇ ଦେବା ଲାଗି ‘ଇଣ୍ଡିଆ’ ମେଣ୍ଟକୁ ଜିତାଇବା ପାଇଁ ଉଦ୍ୟମ କରିବାକୁ ପଡିବ ବୋଲି ସେ ନିଜ କହିଛନ୍ତି । ଚଳିତ ବର୍ଷ ମେ ମାସରୁ ମଣିପୁରରେ ଆରମ୍ଭ ହୋଇଥିବା ବ୍ୟାପକ ଜନଜାତି ହିଂସାକାଣ୍ଡ ଓ ହରିୟାଣାରେ ଧାର୍ମିକ ଶୋଭାଯାତ୍ରା ସମୟରେ ଘଟିଥିବା ସାମ୍ପ୍ରଦାୟିକ ଦଙ୍ଗା ପ୍ରସଙ୍ଗ ଦର୍ଶାଇ ମୁଖ୍ୟମନ୍ତ୍ରୀ ଷ୍ଟାଲିନ୍‌ ଏହି ମନ୍ତବ୍ୟ ଦେଇଛନ୍ତି । ସରକାରୀ ପ୍ରତିଷ୍ଠାନଗୁଡିକୁ ଭାଙ୍ଗି ବିଜେପି ସରକାର ନିଜର ବନ୍ଧୁତା ଥିବା ‘କର୍ପୋରେସନ୍‌’କୁ ହସ୍ତାନ୍ତର କରୁଥିବା ଭଳି ଘଟଣାକୁ ଲୁଚାଇବା ପାଇଁ ସାମ୍ପ୍ରଦାୟିକ ଦଙ୍ଗା କରାଉଛି ବୋଲି ସେ ଅଭିଯୋଗ କରିଛନ୍ତି । ସେ କହିଛନ୍ତି, ଏୟାର୍‌ ଇଣ୍ଡିଆକୁ ଘରୋଇ ସେକ୍ଟର୍‌କୁ ବିକ୍ରି କରାଗଲା, ବିମାନ ବନ୍ଦର ଓ ସାମୁଦ୍ରିକ ବନ୍ଦରଗୁଡିକୁ ମଧ୍ୟ ବିଜେପି ତା’ର ଘନିଷ୍ଠ କର୍ପୋରେଟ୍‌ମାନଙ୍କୁ ହସ୍ତାନ୍ତର କରୁଛି । ତେଣୁ, ବହୁ-ସଂସ୍କୃତି ଓ ବିବିଧତାପୂର୍ଣ୍ଣ ଭାରତ ପାଇଁ କାର୍ଯ୍ୟ କରିବା ଲାଗି ସେ ଜନସାଧାରଣଙ୍କୁ ନିବେଦନ କରିଛନ୍ତି । ପ୍ରତିଶ୍ରୁତି ଅନୁଯାୟୀ, ପ୍ରତ୍ୟେକଙ୍କ ଆକାଉଣ୍ଟ୍‌ରେ ୧୫ ଲକ୍ଷ ଟଙ୍କା ଲେଖାଏଁ ଜମା କରାଯାଇ ନାହିଁ, କୃଷକଙ୍କ ଆୟ ୨ଗୁଣା ହୋଇନାହିଁ ଇତ୍ୟାଦି ବିଷୟରେ ଆଲୋଚନା କରି ସେ କହିଛନ୍ତି ଯେ, ସାମାଜିକ ନ୍ୟାୟ, ସାମାଜିକ ସହାବସ୍ଥାନ, ସଂଘୀୟଶାସନ, ଧର୍ମନିରପେକ୍ଷ ରାଜନୀତି ଏବଂ ସମାଜବାଦର ପୁନଃସଂସ୍ଥାପନା ପାଇଁ ଇଣ୍ଡିଆ ମେଣ୍ଟ ଗଠନ କରାଯାଇଛି । ଏ ସବୁ ନହେଲେ ଭାରତକୁ କେହି ରକ୍ଷା କରିପାରିବେ ନାହିଁ ବୋଲି ସେ କହିଛନ୍ତି ।

Get real time updates directly on you device, subscribe now.

Leave A Reply

Your email address will not be published.