ସନ୍ଧ୍ୟାରେ କଟକ-ଭୁବନେଶ୍ୱରକୁ ଟ୍ରକ୍, ଟ୍ରେଲର, ହାଇୱା ପ୍ରବେଶ ବନ୍ଦ
ଭୁବନେଶ୍ୱର: କମିଶନରେଟ୍ ପୋଲିସ୍ର ବଡ଼ ନିଷ୍ପତ୍ତି । ଏଣିକି ସନ୍ଧ୍ୟା ହେଲେ ଟ୍ୱିନ୍ ସିଟିକୁ ପ୍ରବେଶ କରିବନି ଟ୍ରକ୍, ଟ୍ରେଲର, ହାଇୱା । ନୂଆ ନିଷ୍ପତ୍ତି ଅନୁଯାୟୀ ସନ୍ଧ୍ୟା ୫ରୁ ସକାଳ ସାଢେ ୭ଟା ପର୍ଯ୍ୟନ୍ତ ସହର ଭିତରକୁ ୬ ଚକିଆ ଯାନ ପ୍ରବେଶ ଉପରେ କଟକଣା ଲଗାଯାଇଛି । ଯାହାକୁ ଏଡ଼ାଇବାକୁ ଏଭଳି ନିଷ୍ପତ୍ତି ନିଆଯାଇଛି ଏବଂ ୬ ଚକିଆ ଯାନର ପ୍ରବେଶ ଉପରେ ପ୍ରତିବନ୍ଧକ ଲଗାଯାଇଛି ବୋଲି ସୂଚନା ଦେଇଛନ୍ତି ପୋଲିସ୍ କମିଶନର ସୌମେନ୍ଦ୍ର ପ୍ରିୟଦର୍ଶୀ । ଦ୍ୱୈତ ନଗରୀରେ ସକାଳ ୯ରୁ ପୂର୍ବାହ୍ଣ ୧୧ଟା ଆଉ ଅପରାହ୍ଣ ୪ରୁ ରାତି ସାଢେ ୯ଟା ପର୍ଯ୍ୟନ୍ତ ଯୁଆଡେ ଗଲେ ସିଆଡେ଼ ଟ୍ରାଫିକ୍ ଯନ୍ତ୍ରଣାରେ ଲୋକେ ଫସୁଛନ୍ତି । ଆଗକୁ ପାର୍ବଣ ଋତୁ ଆସୁଛି, ଅସମ୍ଭାଳ ଭିଡ଼ ହେବ । ଏହାକୁ ଦୃଷ୍ଟିରେ ରଖି ଭାରିଯାନ ପ୍ରବେଶ ଉପରେ କମିସନରେଟ ପୁଲିସ ପକ୍ଷରୁ କଟକଣା ଜାରି କରିଛି । ସନ୍ଧ୍ୟା ୫ରୁ ସାଢେ ୭ଟା ମଧ୍ୟରେ ସହର ମଧ୍ୟ ଜାତୀୟ ରାଜପଥରେ ଭାରିଯାନ ଚଳପ୍ରଚଳ କରିପାରିବ ନାହିଁ ବୋଲି ପୁଲିସ ପକ୍ଷରୁ ସୋମବାର ଏକ ବିଜ୍ଞପ୍ତି ଜାରି କରାଯାଇଛି । ଏହି ସମୟ ମଧ୍ୟରେ ରାଜଧାନୀର ଆଇଗିଣିଆ ଛକଠାରୁ ହଂସପାଳ ଛକ, ସେହିପରି କଟକ ମଧୁପାଟଣା ଛକଠାରୁ ଶିଖରପୁର ଛକ ପର୍ଯ୍ୟନ୍ତ ଭାରିଯାନ ପ୍ରବେଶ କରିପାରିବ ନାହିଁ । ଜରୁରୀକାଳୀନ ସେବା ଗାଡ଼ି ଯାତାୟାତ କରିପାରିବ । ଏହି ସମୟ ମଧ୍ୟରେ ଏସବୁ ରାସ୍ତାରେ ଟ୍ରାଫିକ୍? ସମସ୍ୟା ଦେଖା ଦେଉଛି । ସାଧାରଣ ଲୋକେ ଯାତାୟାତ କରିବା କଷ୍ଟକର ହେଉଛି । ଏହାକୁ ଦୃଷ୍ଟିରେ ରଖି ପୁଲିସ ପକ୍ଷରୁ ଏପରି କଟକଣା କରାଯାଇଛି । ଅନ୍ୟପଟେ ସହର ମଧ୍ୟ ଜାତୀୟ ରାଜପଥର ପିତାପଲ୍ଲୀଠାରୁ କଟକ ଗୋପାଳପୁର ଛକ ପର୍ଯ୍ୟନ୍ତ ସକାଳ ୮ରୁ ରାତି ୧୦ଟା ପର୍ଯ୍ୟନ୍ତ ଭାରିଯାନ ପ୍ରବେଶ ଉପରେ କଟକଣା କରାଯାଇଥିଲା । ଏହି ଗାଡ଼ିଗୁଡ଼ିକ ପିତାପଲ୍ଲୀଠାରୁ ଚନ୍ଦକା ଦେଇ ଗୋପାଳପୁରରେଠାରେ ବାହାରୁଥିଲେ । ଗତ କିଛି ବର୍ଷ ହେବ ସହର ମଧ୍ୟ ଜାତୀୟ ରାଜପଥରେ ସମସ୍ତ ଗାଡ଼ି ଚଳାଚଳ କରୁଛି । ଜାତୀୟ ରାଜପଥର ଅଧାପନ୍ତରିଆ ନିର୍ମାଣ କାର୍ଯ୍ୟ ଯୋଗୁଁ ଏକାଧିକ ସ୍ଥାନରେ ରାସ୍ତା ସଙ୍କୁଚିତ ଅବସ୍ଥାରେ ରହିଛି ।
Get real time updates directly on you device, subscribe now.
