THE BYAPINI

ସେପ୍ଟେମ୍ବର ୨୪ ରେ ବିବାହ କରିବେ ପରିଣୀତି-ରାଘବ

Get real time updates directly on you device, subscribe now.

ମୁମ୍ବାଇ: ଚଳିତ ବର୍ଷ ମେ’ ମାସରେ ନିର୍ବନ୍ଧ କରିଥିବା ବଲିଉଡ ଅଭିନେତ୍ରୀ ପରିଣୀତି ଚୋପ୍ରା ଏବଂ ଆମ୍‌ ଆଦମୀ ପାର୍ଟି ନେତା ରାଘବ ଚଢ଼ା ଚଳିତ ସେପ୍ଟେମ୍ବର ମାସ ୨୪ ତାରିଖରେ ବିବାହ ବନ୍ଧନରେ ବାନ୍ଧିହେବାକୁ ଯାଉଛନ୍ତି । ନିର୍ବନ୍ଧ ପରଠାରୁ ଦୁହିଁଙ୍କ ବିବାହ ନେଇ ଚର୍ଚ୍ଚା ଚାଲିଥିଲାବଳେ ପରିଣୀତି ଓ ରାଘବ ଚଳିତ ବର୍ଷ ସେପ୍ଟେମ୍ବରରେ ୨୩ରେ ମଙ୍ଗନ ଓ ୨୪ରେ ରାଜସ୍ଥାନର ଉଦୟପୁର ଠାରେ ବିବାହ ବନ୍ଧନରେ ବାନ୍ଧି ହେବାକୁ ଯାଉଛନ୍ତି । ତେବେ ବିବାହ ଶେଷ ହେବା ପରେ ରାଘବଙ୍କ ପରିବାର ସେପ୍ଟେଟେମ୍ବର ୩୦ରେ ବିବାହ ଭୋଜି ନିମନ୍ତେ ଯେଉଁ ନିମନ୍ତ୍ରଣ ପତ୍ର କରିଛନ୍ତି ତାହା ଏବେ ଭାଇରାଲ ହୋଇଛି । ଏହି ନିମନ୍ତ୍ରଣ ପତ୍ରରେ ତାଜ୍‌ ଚଣ୍ଡିଗଡରେ ରାଘବ-ପରିଣୀତିଙ୍କର ବିବାହ ଭୋଜିର ଆୟୋଜନ କରାଯିବ ବୋଲି ଉଲ୍ଲେଖ କରାଯାଇଛି । ତେବେ ପରିଣୀତି ଏବଂ ରାଘବଙ୍କ ବିବାହ ପାଇଁ ଉଦୟପୁରର ବିଳାସପୂର୍ଣ୍ଣ ହୋଟେଲ ଲୀଲା ପ୍ୟାଲେସ୍‌ ଏବଂ ଉଦୟବିଲାସ୍‌ ହୋଟେଲ ବୁକ୍‌ କରାଯାଇଛି । ଏହି ବିବାହରେ ରାଜନୀତି ଏବଂ ଫିଲ୍ମ ଇଣ୍ଡଷ୍ଟ୍ରି ସହ ଜଡିତ ଅନେକ ସେଲିବ୍ରିଟି ଯୋଗ ଦେବାକୁ ଯାଉଥିବାରୁ ଉଭୟ ଷ୍ଟାର ହୋଟେଲରେ ଏବେ ଏହି ବିବାହ ପାଇଁ ପ୍ରସ୍ତୁତି ଆରମ୍ଭ ହୋଇଛି ।

Get real time updates directly on you device, subscribe now.

Leave A Reply

Your email address will not be published.