ଜି-୨୦ ବୈଠକ: ଆଜି ଆସୁଛନ୍ତି ଜୋ ବାଇଡେନ
ନୂଆଦିଲ୍ଲୀ: : ଆଜି ଭାରତ ଆସୁଛନ୍ତି ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ । ସେ ଜି-୨୦ ବୈଠକରେ ଯୋଗଦେବାକୁ ଭାରତ ଆସିବେ । ସେପ୍ଟେମ୍ବର ୯ ଓ ୧୦ ତାରିଖରେ ଦିଲ୍ଲୀରେ ଜି-୨୦ ବୈଠକ ଅନୁଷ୍ଠିତ ହେବ । ବାଇଡେନ ନିଜ ଗସ୍ତ ସମୟରେ ପ୍ରଧାନମନ୍ତ୍ରୀ ମୋଦୀଙ୍କ ସହ ମଧ୍ୟ ଦ୍ୱିପାକ୍ଷିକ ବୈଠକ କରିବାର କାର୍ୟ୍ୟକ୍ରମ ରହିଛି ।
ଆମେରିକାର ଫାଷ୍ଟ ଲେଡି ଜିଲ ବାଇଡେନ୍ କରୋନା ପଜିଟିଭ୍ ଚିହ୍ନଟ ହୋଇସାରିଛନ୍ତି । ଏହାପରେ ରାଷ୍ଟ୍ରପତି ଜୋ ବାଇଡେନ ଭାରତ ଆସିବେ କି ନାହିଁ ସଂଶୟ ଦେଖାଦେଇଥିଲା । ହେଲେ ଲଗାତର ତିନି ଦିନ ଧରି ବାଇଡେନଙ୍କ କୋଭିଡ ଟେଷ୍ଟ କରାଯାଇଛି ଓ ସେ ନେଗେଟିଭ୍ ଅଛନ୍ତି । ତେଣୁ ବାଇଡେନ ଭାରତ ଆସୁଥିବା ହ୍ୱାଇଟ ହାଉସ୍ ପକ୍ଷରୁ ସ୍ପଷ୍ଟ ହୋଇଛି । ଦିଲ୍ଲୀରେ ହେଉଥିବା ଏହି ଜି-୨୦ ବୈଠକକୁ ପୂର୍ବରୁ ଆଉ ୨ ଦୁଇ ବଡ଼ ନେତାକୁ ଆସୁନାହାନ୍ତି ବୋଲି ସ୍ପଷ୍ଟ କରିସାରିଛନ୍ତି । ଚୀନ୍ ରାଷ୍ଟ୍ରପତି ସି ଜିନପିଙ୍ଗ ଓ ରୁଷ୍ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଆସିବେ ନାହିଁ ବୋଲି ପୂର୍ବରୁ ଜଣାଇ ସାରିଛନ୍ତି । ଜିନପିଙ୍ଗଙ୍କ ବଦଳରେ ଚୀନ୍ ପ୍ରଧାନମନ୍ତ୍ରୀ ଲି କିଆଙ୍ଗ ଭାରତ ଆସି ବୈଠକରେ ଯୋଗଦେବେ ।