THE BYAPINI

ବାଣୀବିହାରରେ ‘ୱି ଷ୍ଟାଣ୍ଡ ଫର ପାଣ୍ଡିଆନ ସାର’ ପୋଷ୍ଟର

Get real time updates directly on you device, subscribe now.

ଭୁବନେଶ୍ୱର: ଗତ କିଛି ମାସ ହେଲା ରାଜ୍ୟରେ ୫-ଟି ସଚିବଙ୍କୁ ନେଇ ବିରୋଧୀ କଂଗ୍ରେସ ଓ ବିଜେପି ସହ  ଶାସକ ବିଜେଡିର କଥା କଟାକଟି ଜୋରସୋରରେ ଚାଲିଛି । ପ୍ରସଙ୍ଗ କେବଳ ଗୋଟିଏ । ତାହ ହେଲା ୫-ଟି ସଚିବ । ତେବେ ଏହି ପ୍ରସଙ୍ଗ ଏବେ ଶିକ୍ଷାନୁଷ୍ଠାନକୁ ବ୍ୟାପିଛି । କାରଣ ଉକ୍ରଳ ବିଶ୍ୱବିଦ୍ୟାଳୟ ପରିସରରେ ଏବେ ୫-ଟି ସଚିବଙ୍କ ପୋଷ୍ଟର ଲଗାଯାଇଛି ।  କ୍ୟାମ୍ପସରେ ବିଜୁ ଛାତ୍ର ଜନତା ଦଳ ନାଁ ଥିବା ପୋଷ୍ଟର ଲଗାଯାଇଛି ।  ଉକ୍ତ ପୋଷ୍ଟରରେ ‘ୱି ଷ୍ଟାଣ୍ଡ ଫର ପାଣ୍ଡିଆନ ସାର’ ଲେଖାଯାଇଥିବା ଦେଖିବାକୁ ମିଳିଛି ।

ତେବେ ଏହାକୁ ଏବିଭିପି ପକ୍ଷରୁ ବିରୋଧ କରାଯାଇଛି । ବିରୋଧ କରି ଏବିଭିପି ପକ୍ଷରୁ ବିଭିନ୍ନ ମହାପୁରୁଷଙ୍କ ପୋଷ୍ଟର ଲଗାଯାଇଛି ।  ୫-ଟି ସଚିବଙ୍କ ପୋଷ୍ଟର ନିକଟରେ ହିଁ ଏବିଭିପି ମହାପୁରୁଷଙ୍କ ପୋଷ୍ଟର ଲଗାଇଥିବା ଦେଖିବାକୁ ମିଳିଛି । ଅନ୍ୟପକ୍ଷରେ ଓଡ଼ିଶାର ବରପୁତ୍ରମାନଙ୍କର ପୋଷ୍ଟର ଲଗାଯାଇଥିଲେ ବି କିଛି ଦୁର୍ବୃତ୍ତ ତାକୁ ଚିରି ଦେଇଥିବା ଏବିଭିପି ପକ୍ଷରୁ ଅଭିଯୋଗ ହୋଇଛି । ତେବେ ଯେତେ ଚିରାଗଲେ ବି ଆଗକୁ ଏଭଳି ମହାପୁରୁଷଙ୍କ ପୋଷ୍ଟର ଲଗାଯିବ ବୋଲି ଦଳ ପକ୍ଷରୁ କୁହାଯାଇଛି ।  


ତେବେ ପୁରୀ ଗସ୍ତବେଳେ ୫-ଟି ସଚିବଙ୍କୁ କାଳିମାଡ଼ କରାଯାଇଥିଲା । ଯାହାକୁ ବିରୋଧ କରି ଏଭଳି ପୋଷ୍ଟର ଲଗାଯାଇଥିବା ବିଜୁ ଛାତ୍ର ଜନତା ଦଳ ପକ୍ଷରୁ କୁହାଯାଇଛି । 

Get real time updates directly on you device, subscribe now.

Leave A Reply

Your email address will not be published.