THE BYAPINI

ଜି-୨୦: ବିଶ୍ୱ ଜୈବ ଇନ୍ଧନ ମେଣ୍ଟର ଶୁଭାରମ୍ଭ

Get real time updates directly on you device, subscribe now.

ନୂଆଦିଲ୍ଲୀ : ନୂଆଦିଲ୍ଲୀରେ ଜି -୨୦ ଶିଖର ସମ୍ମିଳନୀ ବୈଠକ ଅବସରରେ ଭାରତରେ ବିଶ୍ୱ ଜୈବ ଇନ୍ଧନ ମେଣ୍ଟର ଶୁଭାରମ୍ଭ ହୋଇଛି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଶିଖର ବୈଠକ ସମୟରେ ମେଣ୍ଟର ଶୁଭାରମ୍ଭ କରିଛନ୍ତି । ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ୍‌, ଆର୍ଜେ?ଣ୍ଟିନା ରାଷ୍ଟ୍ରପତି ଆଲବର୍ଟ୍‌ା ଫର୍ଣ୍ଣାଣ୍ଡିଜ୍‌, ବାଂଲାଦେଶ ପ୍ରଧାନମନ୍ତ୍ରୀ ଶେଖ ହାସିନା, ସିଙ୍ଗାପୁର ପ୍ରଧାନମନ୍ତ୍ରୀ ଲି ସିଏନ୍‌ ଲୁଙ୍ଗ୍‌, ବ୍ରାଜିଲ୍‌ ରାଷ୍ଟ୍ରପତି ଲୁଇଜ୍‌ ଇନାସିଅ ଲୁଲା ଦା ସିଲଭାଙ୍କ ସମେତ ବହୁ ନେତାଙ୍କ ଉପସ୍ଥିତିରେ ଏହି ମେଣ୍ଟର ଶୁଭାରମ୍ଭ ହୋଇଛି ।
ପୂର୍ବରୁ ଜି-୨୦ ଅଧିବେଶନରେ ଉଦ୍‌ବୋଧନ ଦେଇ ପ୍ରଧାନମନ୍ତ୍ରୀ ମୋଦୀ ଜୈବ ଇନ୍ଧନ କ୍ଷେତ୍ରରେ ବିଶ୍ୱର ସମସ୍ତ ଦେଶ ମିଳିମିଶି କାର୍ୟ୍ୟ କରିବାକୁ ଗୁରୁତ୍ୱ ଦେଇଥିଲେ । ସେ କହିଥିଲେ, ପେଟ୍ରୋଲରେ ଶତକଡା ୨୦ ଭାଗ ପର୍ୟ୍ୟନ୍ତ ଏଥାନଲ୍‌ ମିଶ୍ରଣ ପାଇଁ ଭାରତ ପ୍ରସ୍ତାବ ଦେଇଛି । ବିଶ୍ୱ ଜୈବ ଇନ୍ଧନ ମେଣ୍ଟରେ ଯୋଗଦେବାକୁ ସେ ଦେଶଗୁଡିକୁ ଆମନ୍ତ୍ରଣ କରିଛନ୍ତି ।

ପ୍ରଧାନମନ୍ତ୍ରୀ କହିଛନ୍ତି, ଭାରତ ଆଜି ଏଭଳି ଦେଶଗୁଡିକ ମଧ୍ୟରେ ଛିଡା ହୋଇଛି ଯେଉଁଠି ବ୍ୟାପକ ସୌର ବିପ୍ଳବ ଆରମ୍ଭ ହୋଇସାରିଛି । ଲକ୍ଷ ଲକ୍ଷ ଭାରତୀୟ କୃଷକ ପ୍ରାକୃତିକ କୃଷି କରୁଛନ୍ତି । ସ୍ୱାସ୍ଥ୍ୟର ସୁରକ୍ଷା ଓ ମୃତ୍ତିକାର ଉର୍ବରତା ରକ୍ଷା ଦିଗରେ ଏହା ଏକ ବଡ ଅଭିଯାନ । ଶ୍ରୀ ମୋଦୀ କହିଛନ୍ତି, ଭାରତ ମଧ୍ୟ ଜାତୀୟ ସବୁଜ ହାଇଡ୍ରୋଜେନ୍‌ ମିଶନ ଆରମ୍ଭ କରିଛି । ଏହା ମାଧ୍ୟମରେ ସବୁଜ ହାଇଡ୍‌ରୋଜେନ୍‌ ଉତ୍ପାଦନ ବୃଦ୍ଧି କରାଯିବ । ସେ କହିଛନ୍ତି, ଭାରତ ଜି-୨୦ ଅଧ୍ୟକ୍ଷ ରହିବା ସମୟରେ ବିଶ୍ୱ ହାଇଡ୍ରୋଜେନ୍‌ ଇକୋ ସିଷ୍ଟମ୍‌ ସୃଷ୍ଟି ଦିଗରେ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ଗ୍ରହଣ କରିଛି । ପ୍ରଧାନମନ୍ତ୍ରୀ ମୋଦୀ ଜି-୨୦ ସାଟେଲାଇଟ୍‌ ମିଶନ୍‌ ଫର୍‌ ଏନ୍‌ଭାରନ୍‌ମେଣ୍ଟ ଆଣ୍ଡ କ୍ଲାଇମେଟ୍‌ ଅବଜର୍‌ଭେସନ୍‌ ଯୋଜନାର ଶୁଭାରମ୍ଭ ପାଇଁ ମଧ୍ୟ ପ୍ରସ୍ତାବ ଦେଇଛନ୍ତି । ସେ କହିଛନ୍ତି, ଭାରତର ଚନ୍ଦ୍ର ଅଭିଯାନରୁ ମିଳିଥିବା ତଥ୍ୟ ସମଗ୍ର ମାନବଜାତିର କଲ୍ୟାଣ କରିବ । ସେ କହିଛନ୍ତି, ଜଳବାୟୁ ଓ ପାଣିପାଗ ସମ୍ବନ୍ଧୀୟ ସଂଗୃହୀତ ତଥ୍ୟକୁ ସମସ୍ତ ଦେଶ ସହ ବଣ୍ଟନ କରାଯିବ । ପ୍ରଧାନମନ୍ତ୍ରୀ ଏହି ଅଭିଯାନରେ ସାମିଲ ହେବାକୁ ଜି-୨୦ ସଦସ୍ୟ ଦେଶ ଗୁଡିକୁ ଆମନ୍ତ୍ରଣ କରିଛନ୍ତି ।

Get real time updates directly on you device, subscribe now.

Leave A Reply

Your email address will not be published.