THE BYAPINI

ଲଦାଖରେ ନିର୍ମାଣ ହେବ ବିଶ୍ୱର ସର୍ବୋଚ୍ଚ ସାମରିକ ଏୟାରଫିଲ୍ଡ

Get real time updates directly on you device, subscribe now.

ନୂଆଦିଲ୍ଲୀ: ଜି-୨୦ ଶିଖର ସମ୍ମିଳନୀ ଶେଷ ହେବାର କିଛି ମିନିଟ୍‌ ପରେ ପଡୋଶୀ ରାଷ୍ଟ୍ର ଚୀନକୁ ଏକ ଗୁରୁତ୍ୱପୂର୍ଣ୍ଣ ବାର୍ତ୍ତା ଦେଇଛି ଭାରତ । ଲଦାଖର ନୟୋମାଠାରେ ଭାରତ ନିର୍ମାଣ କରିବାକୁ ଯାଉଛି ବିଶ୍ୱର ସର୍ବୋଚ୍ଚ ସାମରିକ ଏୟାରଫିଲ୍ଡ । ସେପ୍‌ଟେମ୍ବର ୧୨, ୨୦୨୩ରେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ଜମ୍ମୁର ଦେବକ ବ୍ରିଜ୍‌ରୁ ଏହି ପ୍ରକଳ୍ପର ଶିଳାନ୍ୟାସ କରିବେ ବୋଲି ଜଣାପଡିଛି ।
ଚୀନ ମୁକାବିଲା ପାଇଁ ପ୍ରସ୍ତୁତି ଉଦ୍ଦେଶ୍ୟରେ ଏଲ୍‌ଏସିରେ ଚୀନ୍‌ ସହ ଚାଲିଥିବା ଉତ୍ତେଜନା ମଧ୍ୟରେ ପ୍ରତିରକ୍ଷା ମନ୍ତ୍ରଣାଳୟର ଏହି ନିଷ୍ପତ୍ତିକୁ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ବୋଲି ବିବେଚନା କରାଯାଉଛି । ପୂର୍ବ ଲଦାଖର ଗୁରୁତ୍ୱପୂର୍ଣ୍ଣ ନୟୋମା ଅଞ୍ଚଳରେ ସୀମା ସଡ଼କ ସଂଗଠନ (ବିଆରଓ) ଦ୍ୱାରା ଏକ ନୂତନ ଏୟାରଫିଲ୍ଡ ନିର୍ମାଣ ପାଇଁ ମୋଟ ୨୧୮ କୋଟି ଟଙ୍କା ଖର୍ଚ୍ଚ ହେବ । ସୀମାରେ ଚୀନକୁ କଡ଼ା ଟକ୍କର ଦେବା ପାଇଁ ଏହି ଏୟାରଫିଲ୍ଡ ନିର୍ମାଣ ଏକ ବଡ ପଦକ୍ଷେପ ବୋଲି ବିଚାର କରାଯାଉଛି ।
ଚୀନ ସୀମାରେ ଚାଲିଥିବା ଉତ୍ତେଜନା ମଧ୍ୟରେ ସୈନ୍ୟ ଏବଂ ସାମଗ୍ରୀ ପରିବହନ ପାଇଁ ପୂର୍ବ ଲଦାଖରେ ଥିବା ନ୍ୟୁମା ଆଡଭାନ୍ସଡ୍‌ ଲ୍ୟାଣ୍ଡିଂ ଗ୍ରାଉଣ୍ଡ ତିନି ବର୍ଷ ଧରି ବ୍ୟବହୃତ ହେଉଛି । ୨୦୨୦ରେ ଗଲୱାନରେ ଭାରତ ଓ ଚୀନ୍‌ ସେନା ମଧ୍ୟରେ ସଂଘର୍ଷ ପରେ ଭାରତ ଓ ଚୀନ୍‌ ମଧ୍ୟରେ ଉତ୍ତେଜନା ଜାରି ରହିଛି । ଏଣୁ ଭବିଷ୍ୟତରେ ନିଜ ଦେଶର ସୁରକ୍ଷାର ଆବଶ୍ୟକତା ଦୃଷ୍ଟିରୁ ଏହି ନୂଆ ସାମରିକ ପ୍ରକଳ୍ପବେଶ ଗୁରୁତ୍ୱପୂର୍ଣ୍ଣ ହୋଇପଡ଼ିଛି ।

Get real time updates directly on you device, subscribe now.

Leave A Reply

Your email address will not be published.