ନ୍ୟୁୟର୍କ : ଶନିବାର ରାତିରେ ଖେଳା ଯାଇଥିବା ଗ୍ରାଣ୍ଡସ୍ଲାମ୍ ଟୁର୍ଣ୍ଣାମେଣ୍ଟ ୟୁଏସ୍ ଓପନ୍ରେ ମହିଳା ଏକକ ଚମ୍ପିଆନ୍ ହୋଇଛନ୍ତି ଆମେରିକାର କୋକୋ ଗୌଫ୍ । ୧୯ ବର୍ଷ ବୟସ୍କା ଗୌଫ୍ ୨ୟ ସିଡ୍ ବେଲାରୁଷର ଆରିନା ସାବାଲେଙ୍କାଙ୍କୁ ଫାଇନାଲରେ କଡ଼ା ମୁକାବିଲା ପରେ ୨-୬, ୬-୩, ୬-୨ ସେଟ୍ରେ ପରାସ୍ତ କରିଛନ୍ତି । ପ୍ରଥମ ସେଟ୍ ହାରିବା ପରେ ମଧ୍ୟ ସାବାଲେଙ୍କାଙ୍କ ବିପକ୍ଷରେ ୬ଷ୍ଠ ସିଡ୍ ଗୌଫ୍ ଚମତ୍କାର ପ୍ରଦର୍ଶନ କରି ପରବର୍ତ୍ତୀ ୨ଟି ସେଟ୍ ଜିତି ନେଇଥିଲେ । ଏହି ମୁକାବିଲା ୨ ଘଣ୍ଟା ୬ ମିନିଟ ଧରି ଚାଲିଥିଲା । ଏହା ଗୌଫ୍ଙ୍କ ଜୀବନର ପ୍ରଥମ ଗ୍ରାଣ୍ଡସ୍ଲାମ୍ ଟାଇଟଲ । ଗତବର୍ଷ ଗୌଫ୍ ଫ୍ରେ୍ଞ୍ଚ୍ ଓପନ୍ ଫାଇନାଲ ଖେଳି ଇଗା ସ୍ୱିଆଟେକ୍ଙ୍କଠାରୁ ପରାସ୍ତ ହୋଇଥିଲେ । ୟୁଏସ୍ ଓପନ୍ ଟାଇଟଲ ଜିତି କୋକୋ ଗୌଫ୍ ଭବିଷ୍ୟତର ତାରକା ଭାବେ ଉଭା ହୋଇଛନ୍ତି । ଚଳିତବର୍ଷ ୱିମ୍ବଲଡନ୍ର ପ୍ରଥମ ରାଉଣ୍ଡରୁ ବିଦାୟ ନେବା ପରେ କୋକୋ ଗୌଫ୍ ହାର ମାନିନଥିଲେ । ଉକ୍ତ ପରାଜୟ ପରେ ଗୌଫ୍ ଚମତ୍କାର ପ୍ରଦର୍ଶନ କରି ୧୯ଟିରୁ ୧୮ଟି ମ୍ୟାଚ୍ ଜିତି ଗ୍ରାପାରିଛନ୍ତି ।
୧୯୯୯ରେ ମାତ୍ର ୧୭ ବର୍ଷ ବୟସରେ ଆମେରିକାର ସେରେନା ୱିଲିୟମ୍ସ ୟୁଏସ୍ ଓପନ୍ ଚମ୍ପିଆନ୍ ହୋଇଥିଲେ । ତାଙ୍କ ପରେ ଫ୍ଲୋରିଡାର ବାସିନ୍ଦା ଗୌଫ୍, ୨୦ ବର୍ଷରୁ କମ୍ ବୟସରେ ଆମେରିକାର ଖେଳାଳି ଭାବେ ୟୁଏସ୍ ଓପନ୍ ଚମ୍ପିଆନ୍ ହୋଇଛନ୍ତି । ତେବେ କୋକୋ ଗୌଫ୍ ୨୦ ବର୍ଷରୁ କମ୍ ବୟସରେ ୟୁଏସ୍ ଓପନ୍ ଜିତିବାରେ ୧୦ମ ଖେଳାଳି ହୋଇ ପାରିଛନ୍ତି । ସେରେନା ଓ ଟ୍ରେସି ଅଷ୍ଟିନ୍, ଷ୍ଟେଫି ଗ୍ରାଫ୍, ମୋନିକା ସେଲେସ୍, ମାର୍ଟିନା ହିଙ୍ଗିସ୍, ଶ୍ବେତଲାନା କୁଜ୍ନେତ୍ସୋଭା, ମାରିଆ ସାରାପୋଭା, ବ୍ୟାଙ୍କା ଆଣ୍ଡ୍ରିସ୍କ୍ୟୁ ଓ ଏମ୍ମା ରାଡୁକାନୁ ମଧ୍ୟ ଏହି କୃତିତ୍ୱ ଅର୍ଜନ କରିଛନ୍ତି ।
Get real time updates directly on you device, subscribe now.
Prev Post