THE BYAPINI

୯ ଶିଳ୍ପ ସଂସ୍ଥା ରାଜ୍ୟରେ ୨୮,୫୬୫ କର୍ମନିଯୁକ୍ତି ଯୋଗାଇବେ

Get real time updates directly on you device, subscribe now.

ଭୁବନେଶ୍ୱର : ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ସୋମବାର ଅନୁଷ୍ଠିତ ୩୨ତମ ହାଇ ଲେଭଲ କମିଟି (ଏଚ୍‌ଏଲ୍‌ସିଏ) ବୈଠକରେ ୧,୦୧,୮୦୪.୪୩ କୋଟି ଟଙ୍କାର ୯ଟି ପ୍ରକଳ୍ପକୁ ମଞ୍ଜୁରି ପ୍ରଦାନ କରାଯାଇଛି ଫଳରେ ରାଜ୍ୟରେ ବିଭିନ୍ନ କ୍ଷେତ୍ରରେ ୨୮,୫୬୫ କର୍ମନିଯୁକ୍ତି ସୃଷ୍ଟି ହେବ ବୋଲି ଆଶା କରାଯାଉଛି । ଅନୁମୋଦନ ଲାଭ କରିଥିବା ପ୍ରକଳ୍ପ ପ୍ରସ୍ତାବଗୁଡ଼ିକ ହେଲା- ଜଗତସିଂହପୁର ଜଟାଧାରରେ ଜେଏସ୍‌ଡବ୍ଲ୍ୟୁ ଉତ୍କଳ ଷ୍ଟିଲ୍‌ ଲିମିଟେଡ୍‌ ଏହାର ସମନ୍ୱିତ ଇସ୍ପାତ କାରଖାନାର କ୍ଷମତା ୧୨ ଏମ୍‌ଟିପିଏରୁ ୨୪ ଏମ୍‌ଟିପିଏକୁ ସମ୍ପ୍ରସାରଣ କରିବ । ଏଥିରେ ୭୫ ହଜାର କୋଟି ଟଙ୍କା ନିବେଶ ହେବ । ଏହାଦ୍ୱାରା ୧୨ ହଜାର ନିଯୁକ୍ତି ସୁଯୋଗ ସୃଷ୍ଟି ହୋଇପାରିବ । ଯାଜପୁର କଳିଙ୍ଗ ନଗରରେ ଜିନ୍ଦଲ ଫେରୋସ୍‌ ଲିମିଟେଡ୍‌ ୨.୩୫ ଏମ୍‌ଟିପିଏମ୍‌ କ୍ଷମତାର କାର୍ବନ୍‌ ଷ୍ଟିଲ୍‌ କାରଖାନା ବସାଇବ । ଏଥିରେ ୩୪୪୯ କୋଟି ଟଙ୍କାର ନିବେଶ ହେବା ସହ ୧୩୯୬ ଜଣଙ୍କୁ ନିଯୁକ୍ତି ମିଳିବ । ଝାରସୁଗୁଡ଼ାରେ ଏମ୍‌ଏସ୍‌ପି ମେଟାଲିକ୍ସ ଲିମିଟେଡ୍‌ ୧୫୦୦ କୋଟି ଟଙ୍କା ନିବେଶରେ ଏହାର କାରଖାନାର ସମ୍ପ୍ରସାରଣ ଯୋଜନା ରଖିଛି । ଯେଉଁଥିରେ ୪୦୦୦ ଲୋକ ନିଯୁକ୍ତି ପାଇପାରିବେ । ଖୋର୍ଦ୍ଧା ହଳଦିଆପଡ଼ାରେ ଅଭାଦା ଇଲେକ୍ଟ୍ରୋ ପ୍ରା.ଲିଃ ୧୧,୩୦୦ କୋଟି ଟଙ୍କାରେ ଗ୍ରୀନ୍‌ ଏନର୍ଜୀ ଉପକରଣ ଏବଂ ଇଏସ୍‌ଡିଏମ୍‌ କ୍ଷେତ୍ରରେ ଏକ ଉତ୍ପାଦନ କେନ୍ଦ୍ର ପ୍ରତିଷ୍ଠା କରିବ । ଏଥିରେ ୪୦୦୦ କର୍ମନିଯୁକ୍ତି ସମ୍ଭାବନା ରହିଛି । ଖୋର୍ଦ୍ଧାରେ ବର୍ଜର ପେଣ୍ଟ୍‌ସ ଏହାର ଉତ୍ପାଦନ କାରଖାନା ପାଇଁ ୧୪୫୮.୨୫ କୋଟି ଟଙ୍କା ନିବେଶ କରିବ । ଏହାଦ୍ୱାରା ୩୫୦ ନିଯୁକ୍ତି ସୁଯୋଗ ସୃଷ୍ଟି ହୋଇପାରିବ । ସେହିପରି ପାରାଦ୍ୱୀପରେ ଏଲ୍‌ ଆଣ୍ଡ ଟି ଏନର୍ଜୀ ଗ୍ରୀନ୍‌ ଟେକ୍‌ ଲିମିଟେଡ୍‌ ପକ୍ଷରୁ ବାର୍ଷିକ ୩୨୦,୦୦୦ ଏମ୍‌ଟି କ୍ଷମତା ବିଶିଷ୍ଟ ଗ୍ରୀନ୍‌ ଆମୋନିଆ କାରଖାନା ପାଇଁ ୧୦୩୦ କୋଟି ଟଙ୍କାର ନିବେଶ କରାଯିବ । ୧୩୧୦ ଜଣ ଏହାଦ୍ୱାରା ନିଯୁକ୍ତି ସୁଯୋଗ ପାଇବେ । ଭଦ୍ରକ ଭଣ୍ଡାରୀପୋଖରୀରେ ଇଣ୍ଡିଆନ୍‌ ଅଏଲ କର୍ପୋରେସନ୍‌ ଲିମିଟେଡ୍‌ ପକ୍ଷରୁ ପଲିଷ୍ଟର ଉତ୍ପାଦ ବିିନିର୍ମାଣ କେନ୍ଦ୍ର ପାଇଁ ୪,୩୭୭.୪୬ କୋଟି ଟଙ୍କା ପୁଞ୍ଜିନିବେଶ ହେବ । ୪୩୦୦ ଲୋକଙ୍କୁ ନିଯୁକ୍ତି ସୁଯୋଗ ମିଳିବ । ଗଞ୍ଜାମ ଗୋପାଳପୁରରେ ପେଟ୍ରୋନେଟ୍‌ ଏଲ୍‌ଏନ୍‌ଜି ଲିମିଟେଡ୍‌ ଦ୍ୱାରା ୪୦,୦୦,୦୦୦ ଏମ୍‌ଟି କ୍ଷମତାର ଏଲ୍‌ଏନ୍‌ଜି ଟର୍ମିନାଲ ପାଇଁ ୨୩୦୬ କୋଟି ଟଙ୍କା ଖଟାଇବ । ଯେଉଁଥିରେ ୬୬୦ ଜଣ ନିଯୁକ୍ତି ପାଇବେ । କୋରାପୁଟରେ ତୋଷାଳି ସିମେଣ୍ଟ ପ୍ରା.ଲିଃ ପକ୍ଷରୁ ଏହାର କ୍ଲିଙ୍କର କ୍ଷମତା ୧.୭୫ ଏମ୍‌ଟିପିଏ ଏବଂ ସିମେଣ୍ଟ ଗ୍ରାଇଣ୍ଡିଂ କ୍ଷମତା ୧.୪୦ ଏମ୍‌ଟିପିଏକୁ ସମ୍ପ୍ରସାରଣ କରାଯିବ । ଏଥିପାଇଁ ୧୩୮୩.୭୨ କୋଟି ଟଙ୍କା ନିବେଶ କରାଯିବ ଏବଂ ଏହାଦ୍ୱାରା ୫୪୯ ଜଣଙ୍କୁ ନିଯୁକ୍ତି ସୁଯୋଗ ମିଳିପାରିବ ।

Get real time updates directly on you device, subscribe now.

Leave A Reply

Your email address will not be published.