THE BYAPINI

ପ୍ରାଥମିକ ଶିକ୍ଷକଙ୍କର କାର୍ଯ୍ୟବନ୍ଦ ଅନ୍ଦୋଳନ ଜାରି

Get real time updates directly on you device, subscribe now.

କଟକ : ନିଖିଳ ଉତ୍କଳ ପ୍ରାଥମିକ ଶିକ୍ଷକ ମହାସଙ୍ଘ ଓଡିଶା ଆନୁକୂଲ୍ୟରେ ପ୍ରାୟ ୮ଶହ ଶିକ୍ଷକ- ଶିକ୍ଷୟିତ୍ରୀ କଟକ ସଦର ମଣ୍ଡଳ ଶିକ୍ଷାଧିକାରୀଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣାରେ ବସିଛନ୍ତି । ସରକାର ବାରମ୍ବାର ପ୍ରତିଶ୍ରୁତି ଦେଇ ଦାବୀ ପୁରଣ ନ କରିବାରୁ କଟକ ଶାଖା ସଂଗଠନର କଟକ ସଦର ଓ ମହାନଗର ନିଗମ ପ୍ରାଥମିକ ଶିକ୍ଷକ ସଙ୍ଘ ପକ୍ଷରୁ କାର୍ଯ୍ୟବନ୍ଦ ଆନ୍ଦୋଳନ ଓ ଧାରଣା ଦିଆଯାଇଛି । ଏହି ଧାରଣା ସୋମବାର ଠାରୁ ଅନିର୍ଦ୍ଦିଷ୍ଟ କାଳ ପର୍ଯ୍ୟନ୍ତ ଚାଲିବ ବୋଲି ସଙ୍ଗଠନ ପକ୍ଷରୁ ପ୍ରକାଶ କରାଯାଇଛି । ଯେପର୍ଯ୍ୟନ୍ତ ଶିକ୍ଷକଙ୍କର ଦାବୀ ପୂରଣ ନ ହୋଇଛି ସେଯାଏଁ ଧାରଣା ଜାରି ରହିବ ବୋଲି ସଙ୍ଘ ପକ୍ଷରୁ କୁହାଯାଇଛି । ଠିକା ନିଯୁକ୍ତି ଓ ଏକ୍ସ କ୍ୟାଡର ଉଚ୍ଛେଦ, କଳା ଓ କ୍ରୀଡା ଶିକ୍ଷକଙ୍କୁ ନିୟମିତ ମାନ୍ୟତା ଓ ଠିକା ସମୟକୁ ନିୟମିତ ଚାକିରୀ କାଳରେ ଗଣନା ଏବଂ ଛଅ- ଆଠ ବର୍ଷର ନୋସନାଲ ଇନକ୍ରିମେଂଟ ପ୍ରଦାନ ଆଦି ଦାବୀ କରାଯାଇଛି । ସେହିପରି କେନ୍ଦ୍ରୀୟ ହାରରେ ୪୨୦୦ ଗ୍ରେଡ ପେ’ରେ ଦରମା ପ୍ରଦାନ ଓ ନୂତନ ପେନସନ ଉଚ୍ଛେଦ କରି ପୁରୁଣା ବ୍ୟବସ୍ଥାରେ ପେନସନ୍‌ ପ୍ରଦାନ କରିବା ପାଇଁ ମଧ୍ୟ ଦାବୀ କରାଯାଇଛି । ସଙ୍ଘର ସଭାପତି ପ୍ରଭାତ କୁମାର ଷଡଙ୍ଗୀ, ମିନତୀ ଧଳ, ଉମାକାନ୍ତ ବେହେରା ଓ ସମ୍ପାଦକ ସୌର୍ଯ୍ୟ ରଞ୍ଜନ ଦାସ, ସୁନୀଲ କୁମାର ସେନାପତି ଓ ଆର୍ତ ଭଞ୍ଜନ ସାହୁ ପ୍ରମୁଖ ଆନ୍ଦୋଳନର ନେତୃତ୍ୱ ନେଉଛନ୍ତି ।

Get real time updates directly on you device, subscribe now.

Leave A Reply

Your email address will not be published.