THE BYAPINI

ଆସୁଛି ବାତ୍ୟା ‘ୟଶ’

Get real time updates directly on you device, subscribe now.

ଭୂତାଣୁର ଭୟ ଯାଇନି ଏବେ ପୁଣି ବାତ୍ୟା ଭୟ । ଗୋଟିଏ ପଟେ ଆରବ ସାଗରରେ ସୃଷ୍ଟି ହୋଇଥିବା ବାତ୍ୟା ତାଉତେ ବ୍ୟାପକ କ୍ଷୟକ୍ଷତି କରିଥିବା ବେଳେ ଏବେ ବଙ୍ଗୋପସାଗରରେ ଆଉ ଏକ ବାତ୍ୟା ଦାନା ବାନ୍ଧିଲାଣି । ମେ ମାସରେ ପୁଣି ଥରେ ବାତ୍ୟା ଡ଼ର ଘାରିଲାଣି । ପ୍ରାକ ଆକଳନ ଅନୁଯାୟୀ, ବାତ୍ୟା ଓଡିଶା, ପଶ୍ଚିମବଙ୍ଗ ଆଡ଼କୁ ମୁହାଁଇପାରେ ।

ବଙ୍ଗୋପସାଗରରେ ଦାନା ବାନ୍ଧିଲାଣି ଆଉ ଏକ ବାତ୍ୟା । ଆସନ୍ତା ୨୩ ତାରିଖ ଦିନ ପୂର୍ବ-କେନ୍ଦ୍ରୀୟ ବଙ୍ଗୋପସାଗରରେ ଏକ ଲଘୁଚାପ ସୃଷ୍ଟି ହେବ । ଏହା ବାତ୍ୟାର ରୂପ ନେଇପାରେ । ବାତ୍ୟାର ରୂପ ନେଲେ ଏହାର ନାଁ ରହିବ ‘ୟଶ’। ଆସନ୍ତା ୨୩ରୁ ୨୫ ମଧ୍ୟରେ ପଶ୍ଚିମବଙ୍ଗର ସୁନ୍ଦରବନରେ କରିପାରେ ଲ୍ୟାଣ୍ଡଫଲ । ଆଂଞ୍ଚଳିକ ପାଣିପାଗ କେନ୍ଦ୍ର ଆକଳନ କରିଛି ଯେ, ସୁପର ସାଇକ୍ଲୋନ୍‌ ‘ୟଶ୍’ ସୁନ୍ଦରବନରେ ଲ୍ୟାଣ୍ଡଫଲ କରିପାରେ। ମେ ୨୩-୨୫ ମଧ୍ୟରେ ଲ୍ୟାଣ୍ଡଫଲ କରିବ ବୋଲି ପୂର୍ବାନୁମାନ କରିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର।

ଭାରତ ସରକାରଙ୍କ ଭୂବିଜ୍ଞାନ ମନ୍ତ୍ରାଳୟ ସଚିବ ରାଜେଶ ମାଧବନ୍ ବଙ୍ଗୋପସାଗରରେ ଏକ ଘୂର୍ଣ୍ଣିବଳୟ କ୍ଷେତ୍ର ସଂପର୍କରେ ପ୍ରଥମେ ଟ୍ବିଟ୍ କରିଥିଲେ ଓ ପରେ ଭାରତର ପାଣିପାଗ ବିଭାଗ ଏହା ଲଘୁଚାପ ରୂପ ନେବ ବୋଲି ସ୍ପଷ୍ଟ କରିଛି। ହେଲେ ପାଣିପାଗ ବିଜ୍ଞାନୀମାନେ ବିଭିନ୍ନ ମଡ଼େଲକୁ ଅନୁଶୀଳନ କରି ସମ୍ଭାବ୍ୟ ବାତ୍ୟା ସଂପର୍କରେ ଏକ ଚିତ୍ର ରଖୁଛନ୍ତି। ଏପରିକି ଓଡ଼ିଶା ପ୍ରତି ଥିବା ବିପଦ ଏଡ଼ାଇ ହେବ ନାହିଁ ବୋଲି ପ୍ରାରମ୍ଭିକ ଆକଳନ କହୁଛି।ଏହା ଓଡ଼ିଶାଠାରୁ ବହୁ ଦୂରରେ ସୃଷ୍ଟି ହେଉଥିବାରୁ ଏହାର ଗତି ଓ ଶକ୍ତି କିଭଳି ରହିବ, ତାହା ଏବେଠାରୁ କହି‌ହେବ ନାହିଁ। ଏଥିସହ ଓଡ଼ିଶା ଉପରେ ଏହାର ପ୍ରଭାବ କ’ଣ ରହିବ ସେ ନେଇ ଏବେଠାରୁ କିଛି ସ୍ପଷ୍ଟ ସୂଚନା ନାହିଁ।

Get real time updates directly on you device, subscribe now.

Leave A Reply

Your email address will not be published.