କନକ ନ୍ୟୁଜରୁ ଅଭିନ୍ନ ଆଶୁତୋଷ ଇସ୍ତଫା ଦେଇଥିବା ନେଇ ଚର୍ଚ୍ଚା? ଯିବେ କୁଆଡେ…
ନୂଆ ନ୍ୟୁଜ ଚ୍ୟାନେଲ ଖୋଲିବା ସହ ଅଦଳବଦଳର ପର୍ବ ଆରମ୍ଭ ହୋଇଯାଇଛି । ନୂଆ ନ୍ୟୁଜ ଚ୍ୟାନଲେ ଭାବେ ନନ୍ଦିଷୋଷର ପ୍ରସାରଣ ଆରମ୍ଭ ହୋଇସାରିଥିବା ବେଳେ ଖୁବଶୀଘ୍ର ଅର୍ଗସର ପ୍ରାରଣ ଆରମ୍ଭ ହେବାକୁ ଯାଉଛି । ତେଣୁ ମିଡିଆ ବଜାରରେ ଏକ ବଡଧରଣର ଅଦଳବଦଳ ହେବାର ଆଶଙ୍କାକୁ ଏଡାଇ ଦିଆଯାଇନପାରେ । ଏହାରି ଭିତରେ ରାଜ୍ୟର ଦୁଇ ନମ୍ବର ଚ୍ୟାନେଲ କନକ ନ୍ୟୁଜରୁ ଏକ ବଡ ଖବର ଖଟିରେ ଚର୍ଚ୍ଚାର ବିଷୟ ପାଲଟିଛି ।
ମିଳିଥିବା ସୂଚନା ଅନୁସାରେ କନକ ନ୍ୟୁଜର ଲୋକପ୍ରିୟ ଆଙ୍କର ଅଭିନ୍ନ ଆଶୁତୋଷ ଶତପଥୀ କୁଆଡେ ଏହାରି ଭିତରେ ଚ୍ୟାନେଲ କର୍ତ୍ତୃପକ୍ଷଙ୍କୁ ନିଜ ଇସ୍ତଫା ପତ୍ର ପ୍ରଦାନ କରିସାରିଛନ୍ତି । ହେଲେ ଔପଚାରିକ ସ୍ତରରେ ଏହାର କୈାଣସି ଘୋଷଣା ହୋଇନାହିଁ । ଚ୍ୟାନେଲର ଅନ୍ଦର ମହଲରେ ଏନେଇ ଚର୍ଚ୍ଚା ଆରମ୍ଭ ହୋଇଯାଇଛି । ହେଲେ ଏଥିରେ କେତେ ସତ୍ୟତା ରହିଛି, ତାହା ସ୍ପଷ୍ଟ ହୋଇନାହିଁ । ରାତି ୯ଟାରେ ସାରାଦିନ ଆଉ ଦମଦାର ଖବରକୁ ଉପସ୍ଥାପନ କରି ବେଶ କମ ଦିନରେ ଅଭିନ୍ନ ନିଜର ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିପାରିଥିଲେ । ହେଲେ ହଠାତ କଣ ପାଇଁ ଚ୍ୟାନେଲରୁ ସେ ନିଜକୁ ଦୂରେଇ ନେବାକୁ ଚିନ୍ତା କରୁଛନ୍ତି ସେନେଇ କିଛି ସ୍ପଷ୍ଟ ସୂଚନା ସାମ୍ନାକୁ ଆସିନାହିଁ ।
ହେଉଥିବା ଚର୍ଚ୍ଚା ଅନୁସାରେ ଅଭିନ୍ନ ଖୁବଶୀଘ୍ର କନକ ନ୍ୟୁଜକୁ ଛାଡି ନ୍ୟୁଜ ୧୮ ଓଡିଆ ଜଏନ୍ କରିବାକୁ ଯାଉଛନ୍ତି । ଚାନେଲରେ ତାଙ୍କର ପୋଜିସନ କଣ ରହିବ ଆଉ ଦରମା କେତେ ହେବ ସେନେଇ ବିଶଦ ତଥ୍ୟ ମିଳିପାରିନାହିଁ । ହେଲେ ଖୁବଶୀଘ୍ର ସେ ନୂଆ ଚ୍ୟାନେଲରେ ଆସିବାକୁ ଯାଉଛନ୍ତି ଏକଥା ଧୀରେ ଧୀରେ ସ୍ପଷ୍ଟ ହେଉଛି । ତେବେ ଶେଷ ପର୍ଯ୍ୟାୟରେ ମଧ୍ୟ ଅଭିନ୍ନଙ୍କୁ ବୁଝାଇ ରଖିବାକୁ କନକ ନ୍ୟୁଜ ପକ୍ଷରୁ ଗୋଟିଏ ଗୋଷ୍ଠୀ ଉଦ୍ୟମ କରୁଥିବା ଜଣାପଡିଛି । ଏନେଇ ଅଭିନ୍ନଙ୍କ ପ୍ରତିକ୍ରିୟା ମିଳିପାରିନାହିଁ ।